ଟି-୨୦ ରେ କୋହଲିଙ୍କ ଏହି ରେକର୍ଡ ପାଇଁ ବିସିସିଆଇ ତାଙ୍କୁ ଦଳରୁ କାଢିବା ପାଇଁ ସାହସ କଲାନି …
କିଛି ଦିନ ପୂର୍ବରୁ ବିରାଟ କୋହଲିଙ୍କ ସ୍ଲୋ ଷ୍ଟ୍ରାଇକ୍ ପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା। କୋହଲି ଯିଏକି ନିକଟରେ ଆଇପିଏଲରେ ୬୭ ଟି ବଲରେ ଆଇପିଏଲ ଇତିହାସରେ ସବୁଠାରୁ ଥିମା ଶତକ ହାସଲ କରିଥିଲେ । ଏସବୁ ଦିଗ ସତ୍ତ୍ୱେ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳରେ କୋହଲିଙ୍କ ଆବଶ୍ୟକତା ଅନୁଭବ କରିଛି | ହାରାହାରି ୭୧ ରୁ ଅଧିକରେ ଚଳିତ ଆଇପିଏଲରେ ୫୦୦ ରନ୍ କରିଥିବାରୁ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି। ଏଠାରେ ଆମେ ତାଙ୍କ ଟି -୨୦ ବିଶ୍ୱକପ ସହିତ ଜଡିତ ଏହିପରି ରେକର୍ଡଗୁଡିକ ବିଷୟରେ କହିବୁବାକୁ ଯାଉଛୁ ଜାହାକୁ ଦେଖି କୋହଲିଙ୍କୁ ଟ୍ରୋଲ କରୁଥୁବା ଲୋକ ଆଶ୍ଚର୍ଯ୍ୟ ହୋଇଯିବେ|
୨୦୧୨ ରେ ଟି -୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ବିରାଟ କୋହଲି ଭାରତୀୟ ଦଳରେ ଖେଳିଥିଲେ । ଏହା ପରେ ସେ ୫ଟି ବିଶ୍ୱକପ୍ର ଅଂଶ ରହିଛନ୍ତି ଏବଂ ଏପର୍ଯ୍ୟନ୍ତ ୨୭ ଟି ମ୍ୟାଚ୍ ଖେଳି କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଟି -୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋରର ଭାବେ ଠିଆ ହୋଇଛନ୍ତି । ସେ ୨୭ ଟି ମ୍ୟାଚ୍ ର ୨୫ ଇନିଂସରେ ୧,୧୪୧ ରନ୍ କରିଛନ୍ତି। ଏଥିମଧ୍ୟରେ ୧୪ ଅର୍ଦ୍ଧ ଶତକୀୟ ଇନିଂସ ମଧ୍ୟ ଅନ୍ତର୍ଭୁକ୍ତ | ଏହାର ଅର୍ଥ, ଯେତେବେଳେ ବି ଟି -୨୦ ବିଶ୍ୱକପ କଥା ଆସେ, କୋହଲି ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରନ୍ତି । ସେହିପରି କୋହଲି ୨୦୧୪ ଏବଂ ୨୦୧୬ ହୋଇଥିବା ଟି-୨୦ ବିଶ୍ବକପରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ କରିଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ତାଙ୍କୁ ଟି-୨୦ ବିଶ୍ବକପରୁ ବାଦ୍ ଦେବା ପାଇଁ କେମିତି ଦାବି କରିପାରିବେ ।