ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କିଏ ଜିତିଛି ଅଧିକ ଥର , ଏବଂ ଜାଣନ୍ତୁ କ’ଣ ରହିଛି ପିଚ୍ ରିପୋର୍ଟ…
ଭାରତ ତର ପରବର୍ତ୍ତୀ ମ୍ୟାଚ ଶ୍ରୀଲଙ୍କ ସହ ଖେଳିବାକୁ ଯାଉଛି । ତେବେ ଭାରତ ଏହି ପ୍ରତିଯୋଗିତାରେ ଟେବୁଲର ଶୀର୍ଷରେ ରହିଥିବା ବେଳେ ବିପକ୍ଷ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ରହିଛି । ତେବେ ଯଦି ଏହି ଦୁଇଦେଶର ଦିନିକିଆ ବିଶ୍ବକପ୍ ଇତିହାସ ଦେଖାଯାଏ ତେବେ ମୋଟ ୯ ଥର ଭେଟାଭେଟି ହୋଇଛନ୍ତି ।ସେଥିମଧ୍ୟରୁ ଭାରତ ୪ ଥର ବିଜୟ ଲାଭ କରିଥିବା ବେଳେ ଶ୍ରୀଲଙ୍କା ମଧ୍ୟ ସମାନ ଥର ଜିତିଛି । ଗୋଟିଏ ମୁକାବିଲାରୁ ଫଳ ବାହାରି ପାରି ବାହାରି ନାହିଁ । ସେହିପରି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏପର୍ଯ୍ୟନ୍ତ ୧୬୭ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ଟିମ୍ ଇଣ୍ଡିଆର ଅଗ୍ରଣୀ ବିପୁଳ ରହିଛି। ଭାରତ ୯୮ଟି ମ୍ୟାଚ୍ ଜିତିଛି। ସେହିପରି ଶ୍ରୀଲଙ୍କା ଖାତାରେ ୫୭ଟି ମ୍ୟାଚ୍ ରହିଛି। ଏହାବ୍ୟତୀତ ୧୧ଟି ମ୍ୟାଚ୍ ବାତିଲ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଥିଲା। ଶେଷ ଥର ପାଇଁ ଏସିଆ କପ୍ ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଭାରତ ୧୦ ୱିକେଟରେ ବିଜୟୀ ହୋଇଥିଲା।
ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ୨୦୧୧ ମସିହା ବିସ୍ବକପରେ ଭାରତ ଏବଂ ଶ୍ରାଲଙ୍କା ମୁମ୍ବାଇର ୱାଖେଡେରେ ଫାଇନାଲ ଖେଳିଥିଲେ । ଯେଉଁଠି ଭାରତ ୨୮ବର୍ଷ ପରେ ପୁଣି ବିଶ୍ବକପକୁ ଅକ୍ତିଆର କରିବାରେ ସଫଳ ହୋଇଥିଲା । ତେବେ ପୁଣି ଏହି ଦୁଇ ଦଳ ମୁମ୍ବାଇର ଏହି ପଡିଆରେ ଖେଳିବାକୁ ଯାଉଛନ୍ତି । ତେବେ ଏହି ଗ୍ରାଉଣ୍ଡରେ ବିଶ୍ୱକପ୍ ୨୦୨୩ର ଦୁଇଟି ମ୍ୟାଚ୍ ଖେଳାଯାଇଛି। ଏହି ଦୁଇଟି ଯାକ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୮୦ରୁ ଅଧିକ ରନ୍ କରିଛି। ଏହା ପୂର୍ବରୁ ମଧ୍ୟ ଏହି ଗ୍ରାଉଣ୍ଡରେ ୪୦୦+ ସ୍କୋର ମଧ୍ୟ କରାଯାଇଛି। ଆଇପିଏଲରେ ମଧ୍ୟ ଏଠାରେ ବହୁତ ରନ୍ ରହିଛି। ଅର୍ଥାତ୍ ଏହା ଏକ ହାଇ ସ୍କୋରିଂ ଗ୍ରାଉଣ୍ଡ। ଏଭଳି ସ୍ଥିତିରେ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରି ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରାଯାଇପାରିବ।