ଜାଣନ୍ତୁ… ଏ ମହାନ ବ୍ୟକ୍ତିଙ୍କୁ…….

ଭୁବନେଶ୍ୱର : (ଅପୂର୍ବ ପଣ୍ଡା)-1944 ମସିହା ,ଜୁଲାଇ ମାସ। ଦ୍ବିତୀୟ ବିଶ୍ୱଯୁଦ୍ଧ ଜୋରସୋରରେ ଚାଲିଥାଏ । ବ୍ରିଟିଶ ଶାସକମାନଙ୍କୁ ଠିକ ଜବାବ ଦେବା ପାଈଁ ଏହା ପ୍ରକୃଷ୍ଟ ସମୟ ବୋଲି ବିଚାରନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। Indian National Army ର ଶକ୍ତି ବୃଦ୍ଧି ପାଈଁ ଲାଗିପଡନ୍ତି ନେତାଜୀ।

ଭାରତକୁ ବ୍ରିଟିଶମାନଙ୍କ କବଳରୁ ମୁକୁଳେଇବା ପାଇଁ ଅଧିକ ସୈନିକ ଆବଶ୍ୟକ, ଅସ୍ତ୍ରାଶ ଗୋଳବାରୁଦ ସହିତ ଅର୍ଥର ବି ଆବଶ୍ୟକ ପଡେ। ଅର୍ଥ ଯୋଗାଡ଼ ପାଇଁ ନେତାଜୀ ଆହ୍ୱାନ ଦିଅନ୍ତି ଲୋକଙ୍କୁ। ଚାନ୍ଦା ସଂଗ୍ରହ ଆରମ୍ଭ ହୁଏ। ଗରିବ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ, ସମସ୍ତେ ନିଜନିଜ ସାଧ୍ୟମତେ ଚାନ୍ଦା ଦିଅନ୍ତି।
ଗୁଜରାଟର ଜଣେ ବ୍ୟବସାୟୀ, ଯେ କି ତତ୍କାଳୀନ ରେଂଗୁନରେ ବ୍ୟବସାୟ କରୁଥାନ୍ତି। ସେହି ବ୍ୟବସାୟୀ ଜଣଙ୍କ ନିଜର ସମସ୍ତ ସମ୍ପତ୍ତି ଦାନ କରିଦିଅନ୍ତି  ନେତାଜୀଙ୍କ ଆହ୍ୱାନରେ INA ପାଇଁ। ସେହି ଦାନରେ ଅନ୍ତର୍ଭୁକ୍ତ ଥାଏ ନଗଦ ଟଙ୍କା ସହିତ ନିଜର ସମସ୍ତ ଅଳଙ୍କାର ଏବଂ ଜମିବାଡ଼ି ପ୍ରମୁଖ। ଆପଣ ଅନୁମାନ କରନ୍ତୁ ତ ସେହି ଦାନର ପରିମାଣ କେତେ ଥିବ ସେତେବେଳେ?? ଲକ୍ଷେ.. ଦୁଇ ଲକ୍ଷ ..5 ଲକ୍ଷ ନା ଦଶ ଲକ୍ଷ???ନା… ସେହି ଦାନର ମୋଟ ମୂଲ୍ୟ ଥିଲା 1କୋଟି 3ଲକ୍ଷ ଟଙ୍କା!!!
1944 ମସିହାରେ 1କୋଟି 3 ଲକ୍ଷ!!!
ଆଶ୍ଚର୍ଯ୍ୟଜନକ ନୁହେଁ କି???
ଜଣେ ବ୍ୟକ୍ତି ଏତେ ପରିମାଣର ଦାନ ଦେବା ଦେଖି ନେତାଜୀ ଆଶ୍ଚର୍ଯ୍ୟ ହୋଇଗଲେ..। ନେତାଜୀ ପରେ ଜାଣିବାକୁ ପାଇଲେ ଯେ , ଦାନ ଦେବାପରେ ସେହି ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି।ନେତାଜୀ ସେହି ବ୍ୟକ୍ତିଜଣଙ୍କୁ ଡାକି ପଚାରନ୍ତି “ଏହା ପ୍ରତିବଦଳରେ କଣ ଦରକାର କୁହନ୍ତୁ”?



ସେହି ବ୍ୟକ୍ତିଙ୍କ ଉତ୍ତର ଥିଲା ବେଶ ମର୍ମଭେଦି..
ସେ କହିଥିଲେ ” INA ପାଇଁ ମୁଁ ମୋ ଧନ କେବଳ ଦାନ କରିଛି, ଏବେ ମତେ INA ସୈନିକ ପିନ୍ଧୁଥିବା ପୋଷାକ ହଳେ ଦିଅନ୍ତୁ। କେବଳ ଧନ ନୁହେଁ, ଦେଶର ସ୍ୱାଧୀନତା ପାଇଁ ମୁଁ ମୋ ରକ୍ତ ଦେବାକୁ ଚାହେଁ”!!ନେତାଜୀ ସେହି ବ୍ୟକ୍ତିଙ୍କର ଦେଶପ୍ରେମରେ ପ୍ରଭାବିତ ହୋଇ ତାଙ୍କୁ “Sevak E Hind” ସମ୍ମାନରେ ସମ୍ମାନିତ କରିଥିଲେ।ଆପଣ ଜାଣନ୍ତି ସେହି ବ୍ୟକ୍ତିଜନଙ୍କ କିଏ ଥିଲେ? ଗୁଜରାଟର ସୌରାଷ୍ଟ୍ରରେ ଜନ୍ମିତ “ଅବଦୁଲ ହବିବ ୟୁସୁଫ ମରଫାନି”..।ଏମିତି କେତେ ଇତିହାସ ଅଛି ଆମେ ଜାଣି ପାରିନେ…
ନୁହେଁ???

Leave a Reply

Your email address will not be published. Required fields are marked *