ଆନ୍ଦୋଳନରୁ ଓହରିଲେ କନିଷ୍ଠ ଡାକ୍ତର

କୋଲକାତା;କୋଲକାତା ଆର ଜି କର ମେଡିକାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିରୋଧ ପ୍ରଦର୍ଶନ କରୁଥିବା ଟ୍ରେନିଂ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି। ଦୀର୍ଘ ୪୦ ଦିନ ଧରି ଆନ୍ଦୋଳନ ଚଳାଇବା ପରେ ଡାକ୍ତରମାନେ ଶୁକ୍ରବାର ଏହାକୁ ବନ୍ଦ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଡାକ୍ତରଙ୍କୁ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବାକୁ ସ୍ଥିର କରିଛନ୍ତି। ହେଲେ ଦାବି ପୂରଣ ନ ହେବା ଯାଏ ପ୍ରତିବାଦ ଶେଷ ହେବ ନାହିଁ ବୋଲି  ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *