ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଇଏମଏର ଦେଶବ୍ୟାପି ଆନ୍ଦୋଳନ ଡାକରା…

ନୂଆଦିଲ୍ଲୀ; ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ନିର୍ଦ୍ଦେଶ କ୍ରମେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତର ମାନେ ଦେଶବ୍ୟାପି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ଶନିବାର ଦିଲ୍ଲୀ ଏମ୍ସରେ ମଧ୍ୟ ଡାକ୍ତର ମାନେ କ୍ୟାମ୍ପସ ଭିତରେ ପୋଷ୍ଟର ଓ ସ୍ଲୋଗାନ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଆଇଏମଏର ସାଧାରଣ ସଚିବ ଡ. ଅନିଲ କୁମାର ନାୟକ କହିଛନ୍ତି ଆମେ ପୁରା ଆଶାବାଦୀ ଯେ ଆମ ଦାବି ଅନୁସାରେ ସରକାର ନୂତନ ନିୟମ ଆମ ମାନଙ୍କ ସୁରକ୍ଷା ପାଇଁ ଆଣିବ। ଗତକାଲି ୪ ହାଜରରୁ ଉର୍ଦ୍ଧ ଡାକ୍ତର ମାନେ ଏକ ବିଶାଳ ରାଲି କରିଥିଲେ ଯେଉଁଥିରେ ସେମାନେ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ସେଣ୍ଟ୍ରାଲ ପ୍ରୋଟେକ୍ସନ ନିୟମ ଆଣିବା ପାଇଁ ଦାବି କରିଥିବା ସେ କହିଛନ୍ତି । ସେହିପରି ସେମାନେ ରାଷ୍ଟ୍ରୀୟ ନେତା ଜେପି ନଡ୍ଡାଙ୍କ ସହ ମଧ୍ୟ ଏନେଇ ଆଲୋଚନ କରିଛନ୍ତି, କିନ୍ତୁ ତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ ବୋଲି କହିଛନ୍ତି ଡ. ଅନିଲ କୁମାର ନାୟକ।

ଏହାରି ଭିତରେ ଜୟପୁରର SMS ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଛାତ୍ର ଏବଂ କନିଷ୍ଠ ଡାକ୍ତର ମାନେ ମଧ୍ୟ ଏହି ଘଟଣା ଖିଲାପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସେହିପରି ଅନ୍ୟପଟେ ଆଜି ମୃତ ଟ୍ରେନି ଡାକ୍ତରଙ୍କ ପିତାମାତା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) କୁ କହିଛନ୍ତି ଯେ ଡାକ୍ତରଖାନାର ଅନେକ ଇଣ୍ଟର୍ଣ୍ଣ ଏବଂ ଡାକ୍ତର ଏହି ଅପରାଧରେ ସମ୍ପୃକ୍ତ ହୋଇପାରନ୍ତି।।
ମୃତ ଟ୍ରେନି ଡାକ୍ତରଙ୍କ ଅଭିଭାବକମାନେ ସିବିଆଇକୁ ସନ୍ଦେହ କରୁଥିବା କିଛି ଜଣଙ୍କ ନାମର ଏକ ତାଲିକା ମଧ୍ୟ ଦେଇଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ଏହି ମାମଲାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *