ଆଜି ସଂଧ୍ୟାରେ ଉଦ୍ଧାର ହୋଇପାରନ୍ତି ଫସି ରହିଥିବା ଶ୍ରମିକ…

ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ ୨ଟି ପାଇପ୍ ଏପର୍ଯ୍ୟନ୍ତ ଭିତରକୁ ଯିବା ନେଇ ଆଶା କରାଯାଉଛି ।

ଗୁରୁବାର ରାତିରୁ ସିଲ୍କିୟାରା ଟନେଲରେ ଖନନ କରୁଥିବା ଉଦ୍ଧାରକାରୀ ଦଳ ଗୋଟିଏ ପରେ ଗୋଟିଏ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ଏବେ ସେହି ପ୍ରତିବନ୍ଧକ ଦୂର ହୋଇଛି। ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ପିଏମଓର ପୂର୍ବତନ ଉପଦେଷ୍ଟା ତଥା ଉତ୍ତରକାଶୀ ଟନେଲ ଉଦ୍ଧାର ସ୍ଥଳରେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଉଥିବା ଭାସ୍କର ଖୁଲବେ କହିଛନ୍ତି ଯେ ଆଜି ସନ୍ଧ୍ୟା ସୁଦ୍ଧା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଶେଷ ହେବ। ରାତି ସାଢ଼େ ୧୧ଟା ସୁଦ୍ଧା ଖନନ କାର୍ଯ୍ୟ ଚାଲିବ ବୋଲି ଖୁଲବେ କହିଛନ୍ତି। ଏବେ ସିଲ୍କିୟାରା ଟନେଲରେ ପ୍ରାୟ ୧୨ ମିଟର ଖନନ ବାକି ରହିଛି।

ସୁଡ଼ଙ୍ଗ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଅସୁସ୍ଥ ଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯିବ । ସେଥିପାଇଁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ କରି ରଖାଯାଇଛି  ।

Leave a Reply

Your email address will not be published. Required fields are marked *