ବିଶ୍ବକପରୁ ବାଦ୍ ପଡ଼ିଥିବା ରାହୁଲଙ୍କୁ ସମର୍ଥନ ଜଣାଇ ଏମିତି କିଛି ପ୍ରତିକ୍ରିୟା ଦେଲା ଲକ୍ଷ୍ନୌ ସୁପର ଜାଏଣ୍ଟ…

ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା ସରିଛି । ଏହି ପ୍ରତିଯୋଗିତାରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଭାବେ ଚୟନ କରିଛି ଦଳ। ସେହିପରି ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି ।
ହେଲେ ଏଥର କ୍ରିକେଟର କେଏଲ ରାହୁଲଙ୍କୁ ସୁଯୋଗ ଦିଆଯାଇନାହିଁ। ତାଙ୍କର ପ୍ରଦର୍ଶନ ଭଲ ନଥିବାରୁ ସେ ଟିମରୁ ବାଦ ପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏକ୍ସରେ ରାହୁଲଙ୍କ ଫଟୋ ପୋଷ୍ଟ କରିଥିବା ଦେଖାଯାଇଛି। ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ଲେଖାଯାଇଛି ଯେ, “ଦିନ ଠାରୁ ଆମର ନଂ ୧ ଜିରୋ ଦିନରୁ ଦିନରୁ।” ( Our No.1 since Zero Day)
ରାହୁଲ ଏବେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ ଭାବେ ଆଇପିଏଲ ଖେଳୁଥିବା ବେଳେ ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ସ୍ଥାନ ନମିଳିବାରୁ ତାଙ୍କୁ ସମର୍ଥନ କରି ଏଭଳି ପୋଷ୍ଟ କରିଥିବା ଦେଖାଯାଇଛି।