କାନାଡ଼ା ଓପନରେ ଲକ୍ଷ ସେନଙ୍କ ଚମତ୍କାର ପଦର୍ଶନ : ଦ୍ୱିତୀୟ ଭାରତୀୟ ଭାବେ ଟାଇଟଲ୍ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ : କାନାଡା ଓପନରେ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି ଲକ୍ଷ ସେନ୍। ବିଳମ୍ବିତ ରାତିରେ କଲଗରୀରେ ଫାଇନାଲରେ ଲକ୍ଷ ଚୀନ୍ର ଅଲ ଇଂଲଣ୍ଡ ଚାମ୍ପିଅନ୍ ଲି ,ଶି ଫାଙ୍ଗଙ୍କୁ ପରାସ୍ତ କରି ଏହି ଟାଇଟେଲ ନିଜ ନାମରେ କରିଛନ୍ତି । ଏକ ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗିତାରେ ଭାରତର ଯୁବ ସଟଲର ୨୧-୧୮ ଏବଂ ୨୨-୨୦ ଏହି ମ୍ୟାଚକୁ ବିପକ୍ଷ ପକ୍ଷରୁ ଛଡେଇ ଆଣିଛନ୍ତି ।

ସେହିପରି ମହିଳା ସିଙ୍ଗଲ୍ସରେ ଜାପାନର ଆକାନେ ୟାମାଗୁଚି ଚାମ୍ପିଅନ୍ ହୋଇଛନ୍ତି | ସେ ଫାଇନାଲରେ ଥାଇଲ୍ୟାଣ୍ଡର ରାଚାନୋକ ଇଣ୍ଟାନନ୍ ଙ୍କୁ ୨୧-୧୯, ୨୧-୧୬ ରେ ପରାସ୍ତ କରିଛନ୍ତି | ପୂର୍ବରୁ ସେ ସେମିଫାଇନାଲରେ ପିଭି ସିନ୍ଧୁଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି କାନାଡ଼ା ଓପନ୍ ଜିତିବାରେ ଦ୍ୱିତୀୟ ଭାରତୀୟ ଭାବେ ବିବେଚିତ ହୋଇଛନ୍ତି ଲକ୍ଷ ସେନ |
୧୯୫୭ ପରଠାରୁ କାନାଡିୟ ଓପନରେ ପୁରୁଷ ଏକକ ଟାଇଟଲ ଜିତିବାରେ ଲକ୍ଷ କେବଳ ଦ୍ୱିତୀୟ ଭାରତୀୟ । ତାଙ୍କ ପୂର୍ବରୁ ଏହି ଟାଇଟେଲ ୨୦୧୬ରେ ବି, ସାଇ ପ୍ରଣୀତ ପୁରୁଷ ଏକକ ଟାଇଟଲ୍ ଜିତିଥିଲେ | ସେହିବର୍ଷ ମନୁ ଅତ୍ରୀ ଏବଂ ବି ସୁମିଥ ରେଡ୍ଡୀଙ୍କ ଯୋଡି ମଧ୍ୟ ପୁରୁଷ ଡବଲ୍ସରେ ଟାଇଟଲ୍ ଜିତିଥିଲେ | ୨୦୧୫ରେ, ଜ୍ବାଲା ଗୁତ୍ତା ଏବଂ ଅଶ୍ୱିନୀ ପୋନ୍ନାପ୍ପାଙ୍କ ମହିଳା ଡବଲ୍ସ ଯୋଡି ଏହି ଟାଇଟଲ୍ ଜିତିବାରେ ସଫଳ ହୋଇଥିଲେ |