ମେଟ୍ରୋ ଘୋଷଣା ପରେ ବଢୁଛି ଆପାର୍ଟମେଣ୍ଟ ଦର, ଜାଗା କିଣିବାକୁ ଆଗ୍ରହ ଦେଖାଉଛନ୍ତି ବ୍ୟବସାୟ ପ୍ରତିଷ୍ଠାନ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ହେବ। ଏହା କେତେଦୂର କାର୍ଯ୍ୟକାରୀ ହେବ। କେବେ ମେଟ୍ରୋ ଚାଲିବ। ସେ ନେଇ କୌଣସି ସରକାରୀ ଦାବି ନାହିଁ। ମାତ୍ର ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ଘୋଷଣା , କେତେକ ଜମିର ମୂଲ୍ୟ ବୃଦ୍ଧି କରିଦେଇଛି। ପ୍ରସ୍ତାବିତ ଅଞ୍ଚଳରେ ଥିବା ଜମି ଦର ପ୍ରାୟ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଯେଉଁ ଜମି ବର୍ଗଫୁଟ୍ ପିଛା ତିନି ହଜାର ଥିଲା, ତାହା ଏବେ ପାଞ୍ଚ ହଜାରରୁ ଛଅ ହଜାରକୁ ବୃଦ୍ଧି ପାଇଛି।
ବିଶେଷ କରି ପ୍ରସ୍ତାବିତ ଅଞ୍ଚଳର ରାସ୍ତା ପାଖ ଜମି ଗୁଡିକ ଉଚ୍ଚ ମୂଲ୍ୟରେ ବିକ୍ରି ପାଇଁ ଆଗ୍ରହ ପ୍ରକାଶ ପାଇଛି। ଅନୁରୂପ ଭାବେ ପ୍ରସ୍ତାବିତ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ ଗୁଡିକର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ବିମାନବନ୍ଦର, ରେଳ ଷ୍ଟେସନ ଏବଂ ମେଟ୍ରୋରେ ବିଜ୍ଞାପନ କରିବା ଦ୍ୱାରା ବହୁ ଲୋକଙ୍କ ପାଖରେ ପହଞ୍ଚି ହୁଏ। ତେଣୁ ଏହା ଆଖପାଖରେ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଆଗ୍ରହ ଦେଖାଯାଇଥାଏ। ଯାହା ଦ୍ୱାରା ଏହି ସବୁ ଜମି ଉପରେ ବିଭିନ୍ନ ବ୍ୟବସାୟୀଙ୍କ ନଜର ରହିଥାଏ।