ଭାଷାର ଅଭିଧାନ ଅଛି, ହେଲେ କହିବାକୁ କେହି ଜଣେ ବି ନାହିଁ
କୋରାପୁଟ : (ମାନସ ମଲ୍ଲିକ)-ପ୍ରତି ଜନଜାତିର ଭାଷା ଅଲଗା । ସେମାନଙ୍କ ଭାଷା ସାଧାରଣତଃ କଥିତ ଭାଷା ହୋଇଥିବାରୁ ଏବଂ ଲିପି ନଥିବାରୁ ପ୍ରତିବର୍ଷ ଅନେକ ଭାଷା ଲୋପ ପାଇବାରେ ଲାଗିଛି । ଏମିତି ଲୋପ ପାଇଥିବା ଏକ ଭାଷା ହେଉଛି ଆଣ୍ଡାମାନ୍ ନିକୋବର୍ ଦ୍ବୀପପୂଞ୍ଜରେ ବାସ କରୁଥିବା ଆଦିମ ଅଧିବାସୀ ଗ୍ରେଟ୍ ଆଣ୍ଡାମାନିଜ୍ ଙ୍କ ଭାଷା । ଭାଷାର ନାଁ ‘ଆକା ବୋ’ । ଏହି ଭାଷା ଜାଣିଥିବା ଶେଷ ମଣିଷ ଯିଏ ଥିଲେ ତାଙ୍କ ନାଁ ହେଉଛି ବୋଆ ବା ବୋଆ ସିନିୟର (Boa Sr) । ୨୦୧୦ ମସିହାରେ ୮୬ ବର୍ଷ ବୟସରେ ସେହି ମହିଳା ଜଣଙ୍କର ମୃତ୍ୟୁ ପରେ ବୋ ଭାଷା କହିବାକୁ ଏ ପୃଥିବୀରେ ଆଉ କେହି ନାହାଁନ୍ତି । ତେବେ ଗ୍ରେଟ୍ ଆଣ୍ଡାମାନିଜ୍ ଙ୍କ ଭାଷା , ଜନଜୀବନ ଓ ଚଳଣି ଉପରେ ଗବେଷଣା କରିଥିବା ଜେ ଏନ୍ ୟୂର ଭାଷାବିତ୍ ପ୍ରଫେସର ପଦ୍ମଶ୍ରୀ ଅନ୍ବିତା ଆବି ବୋଆ ସିନିୟରଙ୍କ କଥାବାର୍ତ୍ତା ଓ ଗୀତ ରେକର୍ଡ କରିଛନ୍ତି । ଅନ୍ବିତା ମଧ୍ୟ ବୋ ଭାଷାର ବ୍ୟାକରଣ ଓ ଏକ ଅଭିଧାନ ପ୍ରକାଶ କରିଛନ୍ତି । ଅଭାବନୀୟ କଥା ଯେ ଗୋଟିଏ ଲୁପ୍ତଭାଷାର ବ୍ୟାକରଣ ଆଉ ଅଭିଧାନ ଅଛି ମାତ୍ର ସେ ଭାଷା କହିବାକୁ ସଂସାରରେ କେହି ନାହାଁନ୍ତି । ଗ୍ରେଟ୍ ଆଣ୍ଡାମାନିଜ୍ ଅତି ଶିଘ୍ର ଲୋପ ପାଇ ଯାଉଥିବା ଗୋଟିଏ ଆଦିମ ଅଧିବାସୀ ପ୍ରଜାତି । ଏବେ ସେମାନଙ୍କ ସଂଖ୍ୟା ପାଖାପାଖି ୬୦ ମାତ୍ର । ୭୦ ଦଶକରେ ଭାରତ ସରକାର ସେମାନଙ୍କୁ ସ୍ବତନ୍ତ୍ର ଆବାସ ସ୍ଥଳୀରେ ରଖିବାର ବ୍ୟବସ୍ଥା କରି ଶିକ୍ଷା ଦୀକ୍ଷା ପ୍ରଦାନର ବ୍ୟବସ୍ଥା କରିଥିଲେ । ନିଜ ଭାଷା ଭୁଲି ସେମାନେ ହିନ୍ଦୀ ଶିଖିଲେ ଆଉ ଏବେ ହିନ୍ଦୀ ହିଁ ସେମାନଙ୍କର ପଢ଼ାଲେଖାର ଭାଷା ପାଲଟିଛି । ମରି ଯାଇଛି ୭୦ ହଜାର ବର୍ଷ ତଳର ଗୋଟିଏ କଥିତ ଭାଷା ।
ନୃତତ୍ବବିତ୍ ମାନେ କୁହନ୍ତି ଆଜିକୁ ୭୦ ହଜାର ବର୍ଷ ତଳେ ଆଣ୍ଡାମାନର ଅନ୍ୟ ୪ ଟି ଆଦିମ ଅଧିବାସୀଙ୍କ ସହ ଗ୍ରେଟ୍ ଆଣ୍ଡାମାନିଜ୍ ମାନେ ବି ଆସିଥିଲେ ଦକ୍ଷିଣ ଆଫ୍ରିକାରୁ …
(୯ ଅଗଷ୍ଟ ହେଉଛି ‘ଇଣ୍ଟରନାସନାଲ୍ ଡେ ଅଫ୍ ଦ ଓ୍ଵାର୍ଲ୍ଡସ ଇଣ୍ଡିଜେନସ୍ ପିପୁଲ୍ସ୍’ (ଅନ୍ତର୍ଜାତୀୟ ଆଦିମ ଅଧିବାସୀ/ ଜନଜାତି ଦିବସ) ! ଜାତିସଂଘ ଦ୍ବାରା ସ୍ଥିରିକୃତ ଏହି ଦିବସକୁ ବିଶ୍ବବ୍ୟାପି ବିଭିନ୍ନ ଦେଶରେ ପାଳନ କରାଯାଏ)
#followers
