ବିଳମ୍ବିତ ନ୍ୟାୟ ସାରା ଦେଶ ପାଇଁ ଚିନ୍ତାର ବିଷୟ  : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ : ବିଚାରବ୍ୟବସ୍ଥା ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ତ୍ୱରିତ ନ୍ୟାୟ ନେଇ ତତ୍ପରତା ପ୍ରକାଶ କରିବା ଦରକାର। କୌଣସି ମାମଲା ଠିକ୍ ସମୟରେ ଏବଂ ତୁରନ୍ତ ଫଇସଲା ହେବା ଦରକାର। ନ୍ୟାୟ ଯେତେ ଶୀଘ୍ର ମିଳିବ, ସେତେ ସୁଫଳ ମିଳିବ। ବିଳମ୍ବିତ ନ୍ୟାୟ ଭାରତବର୍ଷରେ ଚିନ୍ତାର ବିଷୟ ବୋଲି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର କଟକ ସ୍ଥିତି ଓଡ଼ିଶା ହାଇକୋର୍ଟର ପଞ୍ଚସ୍ତରୀ ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ମହୋଦୟା ଏହା କହିଛନ୍ତି। ସେ ଆହୁରି କହିଥିଲେ ଯେ, ବିଗତ ଦୁଇ ବର୍ଷରେ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ହାଇକୋର୍ଟରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଜଷ୍ଟିସ୍ ଏସ୍ ମୁରଲୀଧର ଏବଂ ଟିମ୍ କୁ ସାଧୁବାଦ୍ ଜଣାଉଛି। ଜନ ପ୍ରତିନିଧି ଏବଂ କାର୍ଯ୍ୟପାଳିକା ପରି ନ୍ୟାୟାଳୟଗୁଡିକ ମଧ୍ୟ ପରିବେଶ ପ୍ରସଙ୍ଗ ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ। ଆଗାମୀ ପିଢିକୁ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ହେଲେ ଆମକୁ ପରିବେଶ ପାଇଁ ଚିନ୍ତା କରିବାକୁ ପଡ଼ିବ ବୋଲି ମୁର୍ମୁ କହିଛନ୍ତି। ବଞ୍ଚିତବର୍ଗଙ୍କୁ ମାଗଣାରେ ଆଇନ ସହାୟତା ପ୍ରଦାନ କରାଯାଉଛି। ଏହା ଦ୍ୱାରା ସାଧାରଣ ଲୋକଟିଏ ଆଇନ ଜରିଆରେ ନ୍ୟାୟ ପାଇବାକୁ ସକ୍ଷମ ହୋଇପାରିବ ବୋଲି ସେ କହିଥିଲେ। ଜାତିର ପିତା ଗାନ୍ଧୀଜୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ମୁର୍ମୁ ଆଇନ ପ୍ରସଙ୍ଗରେ ମତ ରଖିଥିଲେ।

Leave a Reply

Your email address will not be published. Required fields are marked *