ମହାମହିମ, ମୋଦି ଓ ମୋହନଙ୍କ ନୀରବତା, ନ୍ୟାୟ ପାଇବେ ତ ଲେଖାଶ୍ରୀ

ବାଲେଶ୍ୱର : (ଲେଖାଶ୍ରୀ ସାମନ୍ତସିଂହାର)-ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ 02 July 2025 ରେ ମୋ ପ୍ରତି ଦେଇଥିବା ଅଶାଳୀନ, ଅଭଦ୍ର ମନ୍ତବ୍ୟ ଓ ଚରିତ୍ର ସଂହାର ପ୍ରତିବାଦରେ ମୁଁ 04 July ରେ ମହିଳା ଥାନାରେ FIR ଦେଇଥିଲିl କିନ୍ତୁ ପୁଲିସ ଏଇ ଘଟଣାକୁ ତଦନ୍ତ କରିବା ପାଇଁ କୌଣସି ପଦକ୍ଷେପ ନେଲା ନାହିଁ ଏବଂ ପରବର୍ତ୍ତୀ ସମୟରେ ମୁଁ ରାଜ୍ଯ ମହିଳା ଆୟୋଗ, ରାଷ୍ଟ୍ରୀୟ ମହିଳା ଆୟୋଗ, DGP , ରାଜ୍ୟପାଳ, ବାଚସ୍ପତି ଏବଂ ମହାମହିମ ରାଷ୍ଟ୍ରପତି ଙ୍କୁ ମଧ୍ୟ ଫେରାଦ ହେଲି l ଏ ସବୁ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ମୁଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ୱାରସ୍ଥ ହେଇଥିଲି ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦୀର୍ଘ ସାତ ମାସ ପରେ ପୋଲିସ ମୋର ବୟାନ BNSS ଧାରା 183 ରେ ମାଜିଷ୍ଟ୍ରେଟ ଙ୍କ ପାଖରେ ଚଳିତ February 02 ରେ ରେକର୍ଡ କରିଛି l ଆଶା କରୁଛି, ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସ ନିରପେକ୍ଷ ତଦନ୍ତ କରି 15 ଦିନ ଭିତରେ ମୋତେ ଫଳାଫଳ ଅବଗତ କରାଇବେ l ମୋ ସୁରକ୍ଷା ପାଇଁ ରାଜ୍ୟ ମହିଳା ଆୟୋଗ ଦେଇଥିବା ନିର୍ଦ୍ଦେଶ କୁ ମଧ୍ଯ ପୋଲିସ ଅବମାନନା କରିଛି l ଯେହେତୁ ସନ୍ତୋଷ ଖଟୁଆ ଶାସକ ଦଳର ବିଧାୟକ ତାଙ୍କୁ ଖସେଇ ଦେବାକୁ ସରକାର ଓ ପୋଲିସ ର ଷଡଯନ୍ତ୍ର ସ୍ପଷ୍ଟ ବାରି ହେଉଛି l

Leave a Reply

Your email address will not be published. Required fields are marked *