ଦେବାନନ୍ଦଙ୍କ ଜୀବନ ଦର୍ଶନ

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)-ପାକିସ୍ଥାନର ଦରବାର ଅଲ୍ଲୀ ଶା‌ହ । ଲାହୋର କଲେଜରେ ପଢିବା ବେଳେ ଦେବାନନ୍ଦ  ତାଙ୍କ କ୍ଲାସମେଟ୍ ଥିଲେ । ବୁଢା ଦରବାର ଅଲ୍ଲୀଙ୍କୁ ତାଙ୍କ ଜବାନ ପୁଅ ଥରେ କହିଲା , ଦେଖ ଆବା, ତମ ସାଙ୍ଗ କେତେ ହ୍ୟାଣ୍ଡସମ୍ ଓ ଜବାନ ଦେଖା ଯାଉଛି ‌ । କିନ୍ତୁ ତମେ କାହିଁକି ଏତେ ବୁଢା ଦେଖା ଯାଉଛ ? ଦରବାର ଅଲ୍ଲୀ ଉତ୍ତର ଦେଲେ , ଦେବାନନ୍ଦ ସବୁବେଳେ ସୁନ୍ଦର ସୁନ୍ଦର ଝିଅଙ୍କ ମେଳରେ ରହୁଛି । ମୋର ଦୁର୍ଭାଗ୍ୟ ଯେ ମୁଁ ତମମାନଙ୍କ ସହ ରହୁଛି ।

୧୯୯୯ ରେ ଦେବାନନ୍ଦ ବାଜପେୟୀଙ୍କ ସହିତ ପାକିସ୍ଥାନ ଯାଇଥିଲେ । ସେତେବେଳେ ସେ ପଢିଥିବା ଲାହୋର କଲେଜ ଯାଇ ଅଧ୍ୟାପକମାନଙ୍କ ସହ ପୁରା କଲେଜ ଦେଖିଥିଲେ । କିଛି ସମୟ କଲେଜ ଛାତ ଉପରେ ଛିଡା ହୋଇଥିଲେ । ସେଠାରେ ଛିଡା ହୋଇ ସେ କାନ୍ଦିଥିଲେ । ପରେ ଦେବାନନ୍ଦଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା , ପାକିସ୍ଥାନର ଏକ ଖବରକାଗଜରେ ଖବରର ଶିରୋନାମା ଥିଲା India’s youngest actor died at the age of 88.

କମଲ ହାସନ ଥରେ କହିଥିଲେ ଆମେ ରୋମାଣ୍ଟିକ ଗୀତରେ ଅଭିନୟ କରିବା ସମୟରେ  ଯେମିତି ହେଉ ଦେବାନନ୍ଦଙ୍କ ଶୈଳୀ ସେଥିରେ ଆସି ଯାଇଥାଏ । ରିଷି କାପୁର ବି ଏହା ସ୍ବୀକାର କରିଥିଲେ । ବୁଢା ବୟସରେ ବି ସେ ତାଙ୍କ ଅଫିସକୁ ଯିବା ପାଇଁ ଲିଫ୍ଟ ବ୍ୟବହାର କରୁ ନଥିଲେ । ଭଲ  ଷ୍ଟାଇଲ୍ ପୋଷାକ ପିନ୍ଧିବା ଛାଡି ନଥିଲେ । ଚୀର ଆଶାବାଦୀ ଥିଲେ । ସେ ଅଭିନୟ ଆରମ୍ଭ କରିବା ସମୟରେ ଦିଲ୍ଲୀପ କୁମାର, ଆଶୋକ କୁମାର, ରାଜକପୁର, ଭରତ ଭୁଷଣ ଆଦି ତାଙ୍କର ସମସାମୟିକ ଥିଲେ । ସେମାନେ ସମସ୍ତେ ଅବସର ନେଇଥିଲେ । କିନ୍ତୁ ରାଜେଶ ଖାନ୍ନା, ଅମିତାଭ ବଚନଙ୍କ ସମୟରେ ବି ତାଙ୍କ ଫିଲ୍ମ ଜନି ମେରା ନାମ ସବୁଠାରୁ ସୁପରହିଟ ଫିଲ୍ମ ହୋଇଥିଲା ।

ରାଜକପୁରଙ୍କର ମୃତ୍ୟୁ ସମୟରେ ତାଙ୍କ ଶବ ଉପରେ ଫୁଲମାଳ ଦେବାକୁ ଯାଇଥିଲେ । ବିଦାୟ ନେବା ସମୟରେ ସେ ରିଷି କପୁରଙ୍କ କାନ୍ଧ ଉପରେ ହାତ ରଖି ସାନ୍ତ୍ବନା ଦେଇ କହିଲେ ‘ ଏଣିକି ହିନ୍ଦି ଫିଲ୍ମ ଜଗତର  ଦାୟିତ୍ବ ଆମେ ସବୁ ନଉଜଓ୍ବାନଙ୍କ କାନ୍ଧରେ ।’

ସତରେ । ଆମେ ଫିଲ୍ମ ଷ୍ଟାର ହୋଇ ପାରିବା ନାହିଁ । କିନ୍ତୁ ଦେବାନନ୍ଦଙ୍କ ଜୀବନ ଦର୍ଶନରୁ ନିଶ୍ଚୟ କିଛି ଶିଖିବାର ଅଛି ।

Leave a Reply

Your email address will not be published. Required fields are marked *