ଦେବାନନ୍ଦଙ୍କ ଘରୁ ଫଟୋ ନେଇ ଆସିଥିଲା ପୁରୀ ଏସସିଏସ୍ କଲେଜ ପିଲା..ପୁଲିସ୍ ତା’ପରେ କ’ଣ କଲା…ଜାଣନ୍ତୁ

ଭୁବନେଶ୍ୱର : ପୁରୀ ଏସସିଏସ୍ କଲେଜର ଜଣେ ଛାତ୍ର ଗ୍ରୀଷ୍ମ ଛୁଟିରେ ବମ୍ବେ ଚାଲିଗଲା । ସେଠାରେ ସେ ଦେବାନନ୍ଦଙ୍କ ପିଛା କରିବାକୁ ଲାଗିଲା । କିଛି ଦିନ ପରେ ଦେବାନନ୍ଦ ଏହା ଜାଣି ପାରିଲେ । ସେ ପଚାରିବାରୁ ଆମର ଏହି ଓଡ଼ିଆ କଲେଜ୍ ଛାତ୍ର କହିଲା ସେ ହେଉଛି ଦେବାନନ୍ଦଙ୍କର ବହୁତ ବଡ଼ ଫ୍ୟାନ୍ ଓ ଓଡ଼ିଶାରୁ ଆସିଛି । କିଛି ଦିନ ପରେ ଓଡ଼ିଶା ଫେରିଯିବ । ଦେବାନନ୍ଦ ତାକୁ ଘରେ ଆଶ୍ରୟ ଦେଲେ । ଦିନେ ସେ ଦେହ ଖରାପ ଅଛି କହି ଦେବାନନ୍ଦଙ୍କ ସହ ସୁଟିଂକୁ ଯିବାକୁ ମନା କଲା । ସେଦିନ ଦେବାନନ୍ଦ ସୁଟିଂ ସାରି ଘରକୁ ଫେରି ଦେଖିଲେ ଯେ ଘରୁ ତାଙ୍କର ସମସ୍ତ ଫଟୋ ଗାଏବ । ଫଟୋ ବ୍ୟତୀତ ଆଉ ସବୁ ଜିନିଷ ଯଥା ସ୍ଥାନରେ ଅଛି । ଦେବାନନ୍ଦ ପୋଲିସ ପାଖକୁ ଗଲେ ନାହିଁ । ଦେବାନନ୍ଦଙ୍କ ଅଫିସ ତୃତୀୟ ମହଲାରେ । ସେଠାରେ ପହଞ୍ଚିବା ପାଇଁ ସେ କେବେ ବି ଲିଫ୍ଟ ବ୍ୟବହାର କରି ନାହାନ୍ତି । ସବୁବେଳେ ସିଡିରେ ଖପ୍ ଖପ୍ ହୋଇ ଡେଇଁ ଡେଇଁ ଯାଇଛନ୍ତି ।

ଅଟଳ ବିହାରୀ ବାଜପେୟୀ ପାକିସ୍ତାନକୁ ବସଯାତ୍ରା କରିବା ପୁର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ସରିଫଙ୍କୁ ପଚାରି ଥିଲେ ଆପଣଙ୍କ ପାଇଁ ଭାରତରୁ କ’ଣ ନେବି । ନଓ୍ବାଜ୍ ସରିଫ୍ କହିଥିଲେ ମୋ ପାଇଁ ଦେବାନନ୍ଦଙ୍କୁ ଆଣିଥିବ । ବହୁତ କମ୍ ଲୋକ ଜାଣିଛନ୍ତି ଯେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଚିଡି ଯାଇ ଜରୁରୀ ପରିସ୍ଥିତି ସମୟରେ ଦେବାନନ୍ଦ ଗୋଟିଏ ରାଜନୈତିକ ଦଳ ଗଢ଼ି ନିର୍ବାଚନ ଲଢିଥିଲେ । ମାତ୍ର ସେଥିରେ ସଫଳତା ପାଇଲେ ନାହିଁ । ଦିଲ୍ଲୀପ କୁମାର, ରାଜ କପୁର ଓ ଦେବାନନ୍ଦଙ୍କୁ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ତ୍ରିମୂର୍ତୀ କୁହାଯାଏ । ଏମାନଙ୍କ ମଧ୍ୟରୁ ଦେବାନନ୍ଦ ସବୁବେଳେ ସହରି ମଧ୍ୟମ ବର୍ଗ ଯୁବକ ଭୁମିକାରେ ଅଭିନୟ କରନ୍ତି । ସେଥିଲେ ଭାରତର ଯୁବବର୍ଗ ପାଇଁ ଷ୍ଟାଇଲ ଗୁରୁ । ହିନ୍ଦୀ ଫିଲ୍ମରେ ସେ ପ୍ରଥମ ଥର ପାଇଁ ନେଗେଟିଭ ହିରୋ ଭୁମିକାରେ ଅଭିନୟ ପ୍ରଚଳନ କରିଥିଲେ । ବାଜି ଓ ଜାଲ୍ ଏହାର ଉଦାହରଣ ଅଟେ ।

ଦେବାନନ୍ଦଙ୍କୁ ଦେବାନନ୍ଦ ବନାଇବାରେ ମୁଖ୍ୟ ଅବଦାନ ଥିଲା ତାଙ୍କ ଠାରୁ ୧୪ ବର୍ଷ ଛୋଟ ନିର୍ଦେଶକ ସାନଭାଇ ବିଜୟାନନ୍ଦଙ୍କର । ଗାଇଡ୍ ଫିଲ୍ମର ଶେଷରେ ଦେବାନନ୍ଦ ଦାଢିବାଲା ସନ୍ୟାସୀ ହେବାକୁ ମନା କରିଥିଲେ । କହିଲେ ମୋ ଫ୍ୟାନ୍ ତାହା ଗ୍ରହଣ କରିବେ ନାହିଁ । ସେ ଚାହୁଁଥିଲେ ସେ ରୋଜି ସହ ପୁଣି ଥରେ ଏକାଠି ହେବେ ଓ ଖୁସି ଖୁସିରେ ଫିଲ୍ମ ସରିବ । ମାତ୍ର ବିଜୟାନନ୍ଦଙ୍କ ଜିଦ୍ ରହିଥିଲା । ଯଦି ଦେବାନନ୍ଦ ଆଉ କେଉଁ ଚଳଚ୍ଚିତ୍ରରେ ଅଭିନୟ ନ କରି କେବଳ ଗାଇଡ୍ ଫିଲ୍ମରେ ଅଭିନୟ କରିଥାନ୍ତେ , ତଥାପି ବି ସେ ଜଣେ ଉଚ୍ଚକୋଟୀର ଅଭିନେତା ଭାବେ ଆମ ସ୍ମୃତିରେ ରହିଥାନ୍ତେ । ଦେବାନନ୍ଦଙ୍କ ଶହେତମ ଜନ୍ମ ଦିନରେ ତାଙ୍କୁ ମନେ ପକାନ୍ତୁ । ଦେବାନନ୍ଦଙ୍କ ସମ୍ପର୍କରେ ଏହି ପୋଷ୍ଟଟି ଫେସବୁକ୍ ବ୍ୟବହାରକାରୀ ରଙ୍ଗାଚରଣ ପ୍ରଧାନଙ୍କ କାନ୍ଥରୁ ଉଦ୍ଧାର କରାଯାଇଛି।