ଏଲଆଇସି ଅଧ୍ୟକ୍ଷ ହେଲେ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ : ଜୀବନ ବୀମା ନିଗମ ଇଣ୍ଡିଆ(ଏଲଆଇସି)ର ଗୁରୁ ଦାୟିତ୍ୱ ବହନ କଲେ ସିଦ୍ଧାର୍ଥ ମହାନ୍ତି । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଛି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଆଜି ଏହି ପଦରେ ନିଯୁକ୍ତ ମିଳିଛି। ସିଦ୍ଧାର୍ଥ ମହାନ୍ତି ଏଲଆଇସିର ଅଧ୍ୟକ୍ଷ ଭାବେ ୨୦୨୪ ଜୁନ୍ ୨୯ ଯାଏ କାମ କରିବେ ବୋଲି ଜଣାପଡିଛି। ଜାତୀୟ ଗଣମାଧ୍ୟମର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ , ଏଲଆଇସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସରିବା ପରେ ସିଦ୍ଧାର୍ଥ ମହାନ୍ତିଙ୍କୁ ୨୯ ଜୁନ୍ ୨୦୨୪ରୁ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଏଲଆଇସିର ସିଇଓ ଏବଂ ଏମ୍ଡି ଭାବେ ନିଯୁକ୍ତ କରାଯିବ। ସିଦ୍ଧାର୍ଥ ମହାନ୍ତି ଜୁନ୍ ୨୦୨୫ରେ ଅବସର ନେବେ।ଶ୍ରୀ ମହାନ୍ତି ବର୍ତ୍ତମାନ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଥିଲେ। ଭାରତ ସରକାରଙ୍କ ( ଫାଇନାନ୍ସିଆଲ ସର୍ଭିସେସ ଇଷ୍ଟିଚ୍ୟୁସନ୍ସ ବ୍ୟୁରୋ) ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ମହାନ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ଏହାକୁ ଭାରତ ସରକାର ଗ୍ରହଣ କରିଛନ୍ତି ।