ଖୁବ୍ ଜମିଲା ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମାସିକ ସାରସ୍ୱତ ଆସର

ଭୁବନେଶ୍ୱର : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମାସିକ  ସ୍ୱାରସ୍ବତ ଆସର ଲୋକସେବା ଭବନ  ଠାରେ ଅନୁଷ୍ଠିତ ହୋଇଯାଇଛି । ଜଣାଶୁଣା ଗାଳ୍ପିକା ତଥା ଲେଖିକା ବିଜନବାଳା ପାଟଯୋଷିଙ୍କ ସ୍ୱାଗତ ଭାଷଣ ପରେ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା ।  ଏହାକୁ  ସଂଯୋଜନା କରିଥିଲେ ନିବେଦିତା ବେହେରା।  ପୁଷ୍ପାଞ୍ଜଳି ବିଶୋୟୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ବିଜନବାଳା ପାଟଯୋଷି , ରଶ୍ମିତା ମହାନ୍ତ ,ପ୍ରଭାତ କୁମାର ରାଉତ , ନିବେଦିତା ବେହେରା  ସ୍ୱରଚିତ କବିତା ପାଠ କରିଥିଲେ ।  ସହଯୋଗ କରିଥିଲେ ବିଜୟ ସ୍ୱରୂପ  ପଣ୍ଡା, ପ୍ରଭାତ କୁମାର ସ୍ୱାଇଁ, କ୍ଷୀର ସାଗର ଦୁଆନ ଓ  ପିନାକ୍ଷୀ ନାୟକ  । ଶେଷରେ ବିଜୟଲକ୍ଷ୍ମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଓଡ଼ିଶା ସଚିବାଳୟ ଲେଖକ ୧୯୭୭ ମସିହାଠାରୁ ନିରନ୍ତର ଭାବେ ସାହିତ୍ୟର ପ୍ରଚାର ଓ ପ୍ରସାର କରି ଆସୁଅଛି ।  ଏ ଦିଗରେ ଆଉ ଏକ ପଦକ୍ଷେପ ସ୍ବରୂପ ନିକଟରେ ୟୁ ଟ୍ୟୁଵ ସାହିତ୍ୟ ପତ୍ରିକା ଆରମ୍ଭ କରାଯିବ ବୋଲି ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *