ରହିଲାନି ଧନୀ କ୍ଲବ କୋଚଙ୍କ ଗର୍ବ , ୧୦ ଜଣ ଖେଳାଳିରେ ବାଜି ମାରିଲା liverpool
କଥାରେ ଅଛି ସମୟ ବଡ ବଳବାନ । ଏବେ ଯଦି କାହାର ଭଲ ସମୟ ଚାଲିଛି ।ତେବେ କିଛି ଭରସା ନାହିଁ କି ଆଗକୁ ତାର ସେହି ସମୟ ବଜାୟ ରହିବ । ସେଥିପାଇଁ କୁହାଯାଏ ଖରାପ ସମୟ ଚାଲୁଥୁବା ବ୍ୟକ୍ତିଙ୍କ ଉପରେ ପରିହାସ କରିବା କଥା ନୁହେଁ । ତେବେ ଏମିତି କିଛି ସମୟର, ଖେଳ ଦେଖିବାକୁ ମିଳିଛି ଏକ ଫୁଟବଲ ମ୍ୟାଚରେ । ପ୍ରିମିୟର ଲିଗର ସବୁଠୁ ଧନୀ କ୍ଲବ ନ୍ୟୁକାଷ୍ଟଲ ୟୁନାଇଟେଡ୍ ୨୪ ତମ ମିନିଟରେ ଏକ ଗୋଲ କରେ । ତେବେ ସେହି ଗୋଲ ସେଲିବ୍ରେସନରେ କ୍ଲବର ସହଯୋଗୀ ପ୍ରଶିକ୍ଷକ ଟିଣ୍ଡଲ ବିପକ୍ଷ ଲିଭର ପୁଲ କୋଚଙ୍କୁ ପାଟିରେ ହାତ ଦେଇ ଚୁପ ରହିବାକୁ ନିର୍ଦ୍ଧେଶ ଦେଲେ । ଏହାର ଠିକ୍ 5 ମିନିଟ ପରେ ପୁଣି ଲିଭର ପୁଲର ଅଧିନାୟକଙ୍କୁ ରେଡ୍ କାର୍ଡ ମିଳେ। ଲିଭର ପୁଲ୍ ଗୋଟେ ଗୋଲ ଖାଇ ଆଗାମୀ ୬୧ ମିନିଟ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଲା ଦଳ ପରିଶେଷରେ ଲିଭର୍ ୨-୧ ମ୍ୟାଚ୍ ଜିତିଯାଏ l ଖେଳ ଶେଷରେ ଲିଭର୍ ପୁଲ କୋଚ୍ ଯୁରେନ୍ କ୍ଲୁପ୍ ସେଇ ଠାରକୁ ବିପକ୍ଷ କୋଚ୍ ଟିଣ୍ଡାଲଙ୍କୁ ଫେରେଇ ଦେଲେ। ତେବେ ଏହି ପରିସ୍ଥିତି ଆମାକୁ ଦୁଇଟି କଥା ସିଖାଉଛି। ପ୍ରଥମ ଖରାପ ସମୟ ଦେଇ ଗତି କରୁଥିବା ଲୋକକୁ କେବେ ତାତ୍ସଲ୍ୟ କରନ୍ତୁ ନାହିଁ। ଏବଂ ଦ୍ୱିତୀୟରେ ହେଉଛି ଏବେ ଯଦି ଖରାପ୍ ସମୟ ଚାଲିଛି ତେବେ ତାହାକୁ ଦୃଢତାର ସହିତ ଭଲ ସମୟ ଆସିବା ପର୍ଯ୍ୟନ୍ତ ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି।