ପହଣ୍ଡି ବେଳେ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଆଇନମନ୍ତ୍ରୀ ..

ଭୁବନେଶ୍ବର: ପହଣ୍ଡି ବେଳେ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା , ଏହା ଲୀଳାମୟଙ୍କ ଲୀଳା । ଆହାତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ପହଣ୍ଡି ସମୟରେ ରଥ ଉପରେ ଅଣ ସେବାୟତ ରହିଥିବା କଥାକୁ ସେ ଖଣ୍ଡନ କରିଛନ୍ତି । ସେହିପରି ଏହି ପ୍ରସଙ୍ଗରେ ମଧ୍ୟ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ଏହା ଲୀଳାମୟଙ୍କ ଲୀଳା। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଅଘଟଣ ପରେ ସେବାୟତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। କାହାରି କିଛି କ୍ଷତି ହୋଇନାହିଁ। ପ୍ରାଥମିକ ଚିକିତ୍ସା ପରେ ସେବାରେ ସାମିଲ ହୋଇଛନ୍ତି ସେବାୟତ।

ସୂଚନାଯୋଗ୍ୟ, ମଙ୍ଗଳବାର ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ସରିବା ପରେ ଆରମ୍ଭ ହୋଇଥିଲ ପହଣ୍ଡି ବିଜେ। ପହଣ୍ଡି ବେଳେ ଖସି ପଡିଥିଲେ ବଡ଼ ଠାକୁର। ଚାରମାଳ ଉପରେ  ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର । ପହଣ୍ଡିରେ ସାମିଲ ହୋଇଥିବା ପ୍ରାୟ ୯ଜଣ ସେବାୟତ ଆହତ ହୋଇଥିବା ସୂତ୍ରରୁ ଜଣା ପଡ଼ିଛି। ।  ଅଘଟଣ ପରେ ପୁଣି ପହଣ୍ଡି ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *