ଆସନ୍ତାକାଲି ବାତ୍ୟାର ରୂପ ନେବ ଲଘୁଚାପ

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଭୋର ୫ଟା ୩୦ରେ ଲଘୁଚାପର ରୂପ ନେଇଛି । ଲଘୁଚାପଟି ବର୍ତ୍ତମାନ ସେହି ଅଞ୍ଚଳରେ ରହିଥିବା ବେଳେ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ୟ୍ୟନ୍ତ ଲମ୍ବିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ସନ୍ଧ୍ୟା ସୁଦ୍ଧା ଏକ ଅବପାତର ରୂପ ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେଇ କଲି ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇସାରିଥିବା।

ବାତ୍ୟା ସୃଷ୍ଟି ପରେ ପ୍ରଥମେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଓ ୧୧ ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାନ କରିବ। ଏହାପରେ ଧୀରେ ଧୀରେ ଏହା ଦିଗ ପରିବର୍ତ୍ତନ କରିବ ଓ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର୍‌ ଉପକୂଳମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିନପାରେ ବୋଲି କୁହାଯାଉଛି । କିନ୍ତୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ନଯିବାକୁ କୁହାଯାଇଛି । ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଆନୁଯାୟୀ, ବାତ୍ୟା ଭାରତ କିମ୍ବା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଏଣୁ ଭୟଭୀତ ହେବାର କାରଣ ନାହିଁ ।

Leave a Reply

Your email address will not be published. Required fields are marked *