ଗୁଜରାଟ ସହ କ୍ୱାଲିଫାୟାର ଖେଳିବ କିଏ… ଲକ୍ଷ୍ମୌ ନା ମୁମ୍ବାଇ.. ଆଜି ହେବ ମହାମୁକାବିଲା

ଭୁବନେଶ୍ୱର : ଚଳିତ ଆଇପିଏଲ୍‌ ସଂସ୍କରଣରେ ପ୍ରଥମରୁ ଖରାପ ପ୍ରଦର୍ଶନ କରି ଶେଷରେ ସମସ୍ତଙ୍କୁ ଚକିତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏକଦା 8 ନମ୍ବରରେ ଥିବା ଏହି ଦଳ ପ୍ଲେ ଅଫ ରେ ସ୍ଥାନ ପକା କରିଛି। 2020ରେ ଚମ୍ପିୟାନ ହେବା ପରେ 2021 ଏବଂ 2022ରେ ଦଳ ପ୍ରଦର୍ଶନ ଏତେଟା ଭଲ ରହିନି। ତେଣୁ ଏହି ସିଜିନ୍ ରେ ମୁମ୍ବାଇ ନିଜ ଦମ୍ ଦେଖାଇବାକୁ ଚେଷ୍ଟା କରିବ। ଚଳିତ ବର୍ଷର ଦଳର ବ୍ୟାଟିଂ ଲାଇନ୍ ଅପ୍ ବେଶ୍ ଶକ୍ତିଶାଳୀ ରହିଛି। ଯାହା ଦଳକୁ ଏଲିମିନେଟରରେ ପହଞ୍ଚାଇଛବାରେ ସଫଳ ହୋଇଛି। ନାଟକୀୟ ଭାବେ ପ୍ଲେ ଅଫ୍‌ରେ ପହଞ୍ଚିଥିବା ମୁମ୍ବାଇ ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ଭେଟିବାକୁ ଯାଉଛି।
ସେହିପରି ମାତ୍ର ଦୁଇ ବର୍ଷର ଦଳ ସୁପର ଜାଏଣ୍ଟ ୧୪ ମ୍ୟାଚ୍‌ରୁ ୮ ବିଜୟ ଓ ‌ଗୋଟିଏ ବାତିଲ ମ୍ୟାଚ୍‌ରୁ ୧୭ ପଏଣ୍ଟ ପାଇ ପ୍ଲେ ଅଫ୍‌ ରେ ତୃତୀୟ ସ୍ଥାନ ସୁରକ୍ଷିତ କରିଥିଲା। ଗତ ସଂସ୍କରଣରେ ଏହି ଦଳ ଆର୍‌ସିବିଠୁ ପ୍ଲେ ଅଫ୍‌ରେ ହାରି ଏଲିମିନେଟ୍‌ ହୋଇଥିଲା। ‌କେଏଲ୍‌ ରାହୁଲ ଆହତ ଯୋଗୁଁ ବାଦ୍‌ ପଡ଼ିବା ପରେ କୃନାଲ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ଭଲ କରି ଏହି ସ୍ଥାନରେ ପହଞ୍ଚିଛି। ଲକ୍ଷ୍ନୌକୁ ବଡ଼ ସ୍କୋର୍‌ ଦେବାକୁ ମାର୍କସ ଷ୍ଟୋଇନିସ (୩୬୮ ରନ୍‌), କାୟଲ ମେୟର୍ସ (୩୬୧ ରନ୍‌) ଓ ନିକୋଲାସ ପୂରନ (୩୫୮ ରନ୍‌) ରହିଛନ୍ତି। ବୋଲିଂରେ ଦଳର ଅଗ୍ରଣୀ ୱିକେଟ୍‌ ହାସଲକାରୀ ସ୍ପିନର ରବି ବିଷ୍ଣୋଇ (୧୬)ଙ୍କ ସହ ଭେଟେରାନ ଅମିତ ମିଶ୍ରା, ଅଧିନାୟକ କୃନାଲ ଓ ଆଫ୍‌ଗାନୀ ଦ୍ରୁତ ବୋଲର ନବୀନ-ଉଲ-ହକ୍‌ ଓ ଆୱେଶ ଖାନ ରହିଛନ୍ତି। ଉଭୟ ଦଳ ଚଳିତ ଆଇପିଏଲ୍‌ରେ ଥରେ ମୁହାଁମୁହିଁ ହୋଇଥିଲା ବେଳେ ଲକ୍ଷ୍ନୌ ବାଜି ମାରିନେଇଥିଲା। ମୁମ୍ବାଇ ଏଲିମିନେଟର ମ୍ୟାଚ୍‌ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

Leave a Reply

Your email address will not be published. Required fields are marked *