IND Vs SA 2nd Test ; ଅଷ୍ଟ୍ରେଲିଆ , ଇଂଲଣ୍ଡ ପରେ ଦକ୍ଷିଣ ଆଫ୍ରିକାରେ ବୋଲିଂର ଯାଦୁ ଦେଖାଇଲେ ମହମ୍ମଦ ସିରାଜ …

ମହମ୍ମଦ ସିରାଜ ଦକ୍ଷିଣ ଆଫ୍ରିକାକୁ ନିଜ ଘରେ ଧୂଳି ଚଟାଇଛନ୍ତି । ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ସିରାଜଙ୍କ ୬ଟି ୱିକେଟ୍ ବଳରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ନିଜ ଘରୋଇ ମାଟିରେ ପ୍ରଥମ ଇନିଂସରେ ୫୫ ରନରେ ରୋକିବାରେ ସଫଳ ହୋଇଛି । ସିରାଜଙ୍କ ବିଦେଶରେ ଏମିତି ପ୍ରଦର୍ଶନ ପ୍ରଥମ ନୁହେଁ। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ନିଜ ବୋଲିଂର ଯାଦୁ ଦେଖାଇସାରିଛନ୍ତି । ଏହା ପୂର୍ବରୁ ସିରାଜ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜରେ ୫ଟି ୱିକେଟ୍ ନିଜ ବୋଲିଂର ଛାପ ଛାଡିଛନ୍ତି।କିନ୍ତୁ ଏବେ ସେ ଦକ୍ଷିଣ ଆଫ୍ରିକାର ମାଟିକୁ ମଧ୍ୟ ଏହି ତାଲିକାରେ ସାମିଲ କରିଛନ୍ତି। ଇଂଲଣ୍ଡ ମାଟିରେ ସିରାଜ ଥରେ ନୁହେଁ ଦୁଇ ଦୁଇ ଥର ୪ ୱିକେଟ୍ ନେଇଛନ୍ତି ଜ। ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ବିଷୟରେ ସିରାଜ ମ୍ୟାଚ୍ ର ପ୍ରଥମ ଇନିଂସରେ ମାତ୍ର ୧୫ ରନ୍ ଦେଇ ୬ ଜଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କୁ ନିଜର ଶିକାର କରିଥିଲେ। ଆଫ୍ରିକାରେ ଏହି ଚମତ୍କାର ପ୍ରଦର୍ଶନ ଯୋଗୁଁ ସିରାଜ ଟେଷ୍ଟର ଏକ ଇନିଂସର ଶ୍ରେଷ୍ଠ ବୋଲିଂ ଫିଗର (୬/୧୫) ମଧ୍ୟ ହାସଲ କରିଛନ୍ତି।
ବିଦେଶ ମାଟିରେ ସିରାଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ
୨୦୨୪ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ- ୬/୧୫
୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ- ୫/୬୦
୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷରେ- ୫/୭୩
୨୦୨୧ରେ ଇଂଲଣ୍ଡ ବିପକ୍ଷରେ- ୪/୩୨
୨୦୨୨- ୪ /୬୬ରେ ଇଂଲଣ୍ଡ ବିପକ୍ଷରେ।