ମହୁଆଙ୍କ ଆବେଦନର ଶୁଣାଣି ଜାନୁଆରି ୩ କୁ ଘୁଞ୍ଚିଲା …

ସୁପ୍ରିମକୋର୍ଟରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଆବେଦନର ଶୁଣାଣି ଜାନୁଆରି ୩ କୁ ଘୁଞ୍ଚାଇ ଦିଆଯାଇଛି। ମହୁଆ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁଣାଣି ଆରମ୍ଭରେ ଖଣ୍ଡପୀଠର ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଥିଲେ ଯେ ସେ ତାଙ୍କ ପିଟିସନ ପଢ଼ି ନାହାନ୍ତି। ଏହାକୁ ପଢ଼ିବା ପରେ ହିଁ ସେ ଏହି ବିଷୟର ଶୁଣାଣି କରିବେ। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି। ମହୁଆ ତାଙ୍କ ପିଟିସନରେ ତାଙ୍କ ବିରୋଧରେ ଏଥିକ୍ସ କମିଟିର ସୁପାରିସ ପରେ ଲୋକସଭାରେ ପାରିତ ହୋଇଥିବା ପ୍ରସ୍ତାବ ଭୁଲ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *