ନିଜର ନୁହେଁ, ମୁଖ୍ୟମନ୍ତ୍ରୀ ଏବଂ ସଫଳ ଯୋଜନାର ରିଲ୍ସ କର

ଭୁବନେଶ୍ୱର : ଓଡ଼ିଶା ରାଜନୀତି ନବୀନ ବାବୁଙ୍କ ଚାରିପଟେ ବୁଲୁଛି। ତାଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ହିଁ ଦଳକୁ ବିଜୟୀ କରୁଛି। ତେଣୁ ତାଙ୍କ ଯୋଜନା ଏବଂ ରାଜନୈତିକ ପଥ ସମସ୍ତେ ଅନୁସରଣ କରିବା ଉଚିତ। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। କମ୍ ସମୟରେ ଭିଡିଓ କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କ ନିକକୁ ବାର୍ତ୍ତା ପହଞ୍ଚାଯାଇପାରିବ। ରିଲ୍ସ କରାଯାଉ ହେଲେ ଆତ୍ମ ପ୍ରଚାର ନ ହେଉ। ସରକାରୀ ଯୋଜନା ଓ ବିରୋଧିଙ୍କୁ ଆକ୍ରମଣ କରାଯାଉ। କେତେକ ଯୁବ କର୍ମୀମାନେ ରିଲ୍ସରେ ସିନେମାଗୀତ ମିକ୍ସ କରି ଲାଇକ୍ କମେଣ୍ଟ ବଢାଉଛନ୍ତି। କେତେବେଳେ କେମିତି ହେଲେ ଭଲ। ହେଲେ ଅତ୍ୟଧିକ ଆତ୍ମ ପ୍ରଚାର ନ ହେଉ ବୋଲି ଯୁବ ବିଜେଡି କର୍ମୀମାନଙ୍କୁ ଜଣାଇ ଦିଆଯାଇଛି।

ଗୁରୁବାର ଶଙ୍ଖଭବନରେ ଆୟୋଜିତ ହୋଇଥିବା ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଦଳ ପରିଚାଳନା କରୁଥିବା ଜଣେ ମଧ୍ୟବୟସ୍କ ଯୁବ ବ୍ୟକ୍ତି ଏହି ବାର୍ତ୍ତା ଦେଇଛନ୍ତି। ଯାହାକୁ ନେଇ ଯୁବ ଜନତା ଦଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯୁବ ସଭାପତିଙ୍କ ସମେତ ପ୍ରାୟ ଦୁଇରୁ ତିନି ଜଣ ଯୁବ ଜନତା ଦଳ କୋଟାରେ ଟିକେଟ୍ ପାଇପାରନ୍ତି। ନେତୃତ୍ୱ ନେବାର ଦକ୍ଷତା ଥିବା ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗର ଯୁବକଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *