ପୁଣି ଓଡ଼ିଶାରେ ପ୍ରଚାର କରିବାକୁ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ  ମଲ୍ଲିକାର୍ଜୁନ ଖଡଗେ …

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ।  ଆସନ୍ତା ୨୬, ୨୭ ଓ ୨୮ରେ ୩ ଦିନ ଧରି ନିର୍ବାଚନୀ ପ୍ରଚାର କରିବେ। । ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଗତ ୧୫ ତାରିଖ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ବଲାଙ୍ଗୀର ଗସ୍ତ କରି ସ୍ଥାନୀୟ କଳାମଣ୍ଡଳ ପଡ଼ିଆଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ। ରାହୁଲଙ୍କ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ଥିଲା। ସେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରଶଙ୍ଗ ଉପରେ ପ୍ରଶ୍ନ କରିବେ ବୋଲି  କିଛି ଦିନ ପୂର୍ବରୁ ଚର୍ଚ୍ଚା ଥିଲା। କିନ୍ତୁ ରାହୁଲ ନିଜ ବକ୍ତବ୍ୟ ଆରମ୍ଭରୁ ଶେଷ ଯାଏ‌ କେବଳ ବିଜେପିକୁ ଟାର୍ଗେଟ୍‌ କରିଥିଲେ। ବିଜେଡି ସମ୍ପର୍କରେ କିଛି କହିନଥିଲେ।

ତେବେ ଓଡ଼ିଶା ସମେତ ସାରା ଦେଶରେ କଂଗ୍ରେସର ସ୍ଥିତି ଗତ ନିର୍ବାଚନରେ ଭଲ ନଥିଲା । ଅନେକ ରାଜ୍ୟରେ ଦୁଇ ଅଙ୍କ ବି ଛୁଇଁନଥିଲା କଂଗ୍ରେସ । ତେଣୁ ଏଥର ସ୍ଥିତି ସୁଧାରିବାକୁ ଜୋରଦାର ପ୍ରୟାସ ଚଳାଇଛି ଦଳ । ହେଲେ କେତେ ସୁଧିରିବ ତାହା ସମୟ କହିବ । ଅର୍ଥାତ୍ ଜୁନ୍‌ ୪ରେ ଜଣାପଡ଼ିବ କିଏ କେଉଁଠି କରିବ ସରକାର । 

Leave a Reply

Your email address will not be published. Required fields are marked *