ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ମମତା ମହାନ୍ତ

ଭୁବନେଶ୍ଵର;  ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଗଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ। ସାର୍ଟିଫିକେଟ ନେବାକୁ ବିଧାନସଭାରେ ପହିଞ୍ଚିଥିଲେ ମମତା। ରିଟର୍ନିଙ୍ଗ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ମମତା ।
ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।


ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଥିଲେ। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା। ଆଜି ସକାଳେ ଜଗନ୍ନାଥ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ। ପାର୍ଟି ନିର୍ଦ୍ଦେଶରେ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବୋଲି ଜଗନ୍ନାଥ ପ୍ରଧାନ କହିଥିଲେ। ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର ପରେ ରାଜ୍ୟସଭାକୁ ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମିତା ମହାନ୍ତ।

Leave a Reply

Your email address will not be published. Required fields are marked *