ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଇସ୍ତଫା ଦେବା କଥା, ବହୁ ରାଜନେତା, ବୁଦ୍ଧିଜୀବୀଙ୍କ ଦାବି
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା 300 ପାଖାପାଖି ପହଞ୍ଚିଲାଣି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ବୁଲେଟ ଟ୍ରେନ, କବଚ ସୁରକ୍ଷା ବ୍ୟବସ୍ଥା ଏବଂ ବନ୍ଦେ ଭାରତ ଏକ୍ସପ୍ରେସର କଥା ବୋଲି ଭାରତୀୟ ରେଳବାଇ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରଦାୟିତ୍ୱ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
କଂଗ୍ରେସ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ କାର୍ଯ୍ୟ ସାରିବା ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ ଦାବି କରିଛନ୍ତି। ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି ଯେ, ରେଳବାଇରେ 3 ଲକ୍ଷ 14 ହଜାର ପଦ ଖାଲି ପଡିଛି। ରେଳ ମନ୍ତ୍ରୀ ନୈତିକତା ଦୃଷ୍ଟିରେ ଇସ୍ତଫା ଦେଇଦେବା କଥା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ସେହିପରି କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରେଳବାଇ ମନ୍ତ୍ରୀ ନିହାତି ଇସ୍ତଫା ଦେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି। ଶ୍ରମିକ ନେତା ତଥା ବୁଦ୍ଧିଜୀବୀ ବିଜୟ ସାହୁ କୁହନ୍ତି ଯେ, ସମ୍ପୂର୍ଣ୍ଣ ମାନଵକୃତ ରେଳ ଦୁର୍ଘଟଣା ଏହା ।
ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ
ସଂପୂର୍ଣ୍ଣ ଦାୟୀ । ସିରିଜ ରେଳ ଦୁର୍ଘଟଣା 6.50 ରେ ଆରମ୍ଭ ହେଲା ଓ 6.55 ସୁଦ୍ଧା ସବୁ ଦୁର୍ଘଟଣା ହେଇ ଗଲା । ପ୍ରତ୍ୟକ୍ଷ ଦର୍ଶୀ ଯାହା କହୁଛନ୍ତି ।
କିନ୍ତୁ ମୁଁ Search କରି ଦେଖୁଥିଲି ରେଳମନ୍ତ୍ରୀ 8.03 ବେଳେ ବି ରେଳ ସୁରକ୍ଷା ପାଇଁ ଉଚ୍ଚ ସ୍ତରୀୟ ମନ୍ଥନ ଶିବିର ରେ ଆଲୋଚନା କରୁଥିଲେ ।
ଫୁଲବାମା ବେଳେ ଯେମିତି ପ୍ରଧାନମନ୍ତ୍ରୀ ଢ଼ାବା ଫୋନରୁ ଖବର ପାଇଥିଲେ, ରେଳ ମନ୍ତ୍ରୀ ସେମିତି କେତେ ବେଳେ ଓ କାହା ଦ୍ୱାରା ଖବର ପାଇଥିଲେ ?
ରେଳ ବିଭାଗ ର REAL TIME MONITORING ବୋଲି ଶ୍ରୀ ସାହୁ କହିଛନ୍ତି। ସେହିପରି ରାଜନୈତିକ ସମୀକ୍ଷକ ବିଜୟ ମହାରଣା କୁହନ୍ତି ଯେ, ରେଳବାଇ ସୁରକ୍ଷା ସମ୍ବଦ୍ଧିତ 1.4 ଲକ୍ଷ ପଦ ଖାଲି ପଡିଛି। ଆଜି ଯେଉଁମାନେ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗି ନାହାନ୍ତି। ଆଗାମୀ ଦିନରେ ଅନ୍ୟ କାହର ସରକାର ଆସିଲେ ମାଗିବେ ତ। ଏଣ୍ଡୁଅ ପରିକା ଏମାନେ ରୂପ ବଦଳାନ୍ତି। କୁଆଡେ ଗଲା ରକ୍ଷା କବଚ। 1995ରେ ସିକେ ଜାଫର ଏବଂ 1999ରେ ନୀତିଶ କୁମାର ଇସ୍ତଫା ଦେଇଥିଲେ ବୋଲି ଶ୍ରୀ ମହାରଣା କହିଛନ୍ତି।