ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ …

ଭୁବନେଶ୍ବର ; ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ସାଢେ ୧୦ଟାରେ ପ୍ରାକାଶ ପାଇବ ଫଳ ।ସେହିପରି ୧୧;୩୦ ସୁଦ୍ଧା bseodisha.ac.in ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ। ୫୬୭୬୭୫୦ ଏସଏମଏସ ଦ୍ବାରା ମଧ୍ୟ ଛାତ୍ର-ଛାତ୍ରୀ ନିଜର ଫଳ ପାଇପାରିବେ । ପ୍ରେସମିଟ୍ ଜରିଆରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଦେଇଛନ୍ତି । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକସଙ୍ଗେ ପ୍ରକାଶ ପାଇବ । ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ମାର୍କସିଟ ଓ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ମେ’ ୨୯ରୁ- ଜୁନ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ । ଚଳିତବର୍ଷ ସାରା ରାଜ୍ୟରେ ମୋଟ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।