ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
କଟକ : ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ୧୮ ତାରିଖ ଦିନ ୧୦ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ ବୋଲି କଟକ ବୋର୍ଡ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ । bseodisha.ac.in ରେ ଉପଲବ୍ଧ ହେବ ରେଜଲ୍ଟ। SMS ମାଧ୍ୟମରେ ମଧ୍ୟ ନିଜ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। OR ସ୍ପେସ୍ ରୋଲ ନଂ ଲେଖି ୫୬୭୬୭୫୦କୁ SMS କରି ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ଜନିତ କୌଣସି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମକୁ କଲ୍ କରି ଅଭିଯୋଗ କରିପାରିବେ। ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୁପକ୍ଷ। । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ।