ଆଇଆଇଏମ୍ ସମ୍ବଲପୁରରେ ବୃତ୍ତିଗତଙ୍କ ପାଇଁ “ଫିନଟେକ୍ ମ୍ୟାନେଜମେଣ୍ଟରେ ଏମବିଏ” ଡିଗ୍ରୀ ଆବେଦନ ଆରମ୍ଭ …

ସମ୍ବଲପୁର, ଏପ୍ରିଲ ୨୫, ୨୦୨୪: ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଏମ ସମ୍ବଲପୁର ଓ ଏନଏସଇ ଏକାଡେମୀ ସହିତ ମିଳିତ ଭାବରେ ଫିନଟେକ୍-ମ୍ୟାନେଜମେଣ୍ଟରେ ଏମବିଏ ପାଇଁ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି  । ଏହା ହେଉଛି ପ୍ରଥମ ଫିନଟେକ୍-ଫୋକସ୍ ଥିବା ଏମବିଏ ଡିଗ୍ରୀ ଯାହାକି ଆଇଆଇଏମ୍ ଦ୍ୱାରା ଆରମ୍ଭ କରାଯାଉଛି । ଅନୁଷ୍ଠାନ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମର ଏକ ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯେଉଁଥିରେ ଆବେଦନକାରୀମାନେ ପ୍ୟାରିସର ସୋରବୋନ୍ ବିଜନେସ୍ ସ୍କୁଲରୁ ‘ଆନ୍ତର୍ଜାତୀୟ ଫାଇନାନ୍ସରେ ଏମବିଏ’ ଡିଗ୍ରୀ ହାସଲ କରିପାରିବେ ।

ୟୁପିଆଇ ପରି ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ଭାରତକୁ ଏକ ବିଶ୍ୱସ୍ତରୀୟ ଫିନଟେକ ପାୱାରହାଉସରେ ପରିଣତ କରିଛି, ପେମେଣ୍ଟ, ଡିଜିଟାଲ୍ ଋଣ ପ୍ରଦାନ, ଇନସୁରଟେକ୍ ଏବଂ ୱେଲଟେକ୍ ଭଳି ବିଭାଗରେ ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶନ କରିଛି  । ଫିଣ୍ଟେକ୍ ର ସମ୍ଭାବ୍ୟ ଅଭିବୃଦ୍ଧି କୁଶଳୀ ଏବଂ ଦକ୍ଷ ବ୍ୟକ୍ତିବିଶେଷଙ୍କ ବିକାଶଶୀଳ ପ୍ରଯୁକ୍ତିବିଦ୍ୟା, ନିୟାମକ ଯାଞ୍ଚ ଏବଂ ବଜାରର ଗତିଶୀଳତା ପାଇଁ ଏକ ବୃହତ ଆବଶ୍ୟକତାକୁ ସୂଚିତ କରିଥାଏ । ମିଳିତ ସହଯୋଗରେ ପରିଚାଳିତ ଏହି ପାଠ୍ୟକ୍ରମ ଅଂଶଗ୍ରହଣକାରୀମାନଙ୍କୁ ବ୍ଲକ୍ ଚେନ୍, ଏଆଇ, ଏବଂ କ୍ରିପ୍େଟାଗ୍ରାଫିର ବୈଷୟିକ କ୍ଷେତ୍ରରେ ବିଶେଷ ତାଲିମ ପ୍ରଦାନ କରିବା ସହ ଅତ୍ୟାଧୁନିକ ଜ୍ଞାନ କୈଶଳ ମାଧ୍ୟମରେ ରଣନୈତିକ ଦକ୍ଷତା ବୃଦ୍ଧି ପାଇଁ ପ୍ରସ୍ତୁତ କରାଯାଇଛି ।

ଆଇଆଇଏମ୍ ସମ୍ବଲପୁରର ନିଦେ୍ର୍ଦଶକ ପ୍ରଫେସର ମହାଦେଓ ଜୈସୱାଲ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, “୯,୦୦୦ ରୁ ଅଧିକ ଫିନଟେକ୍ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଫିନଟେକ୍ ହବ୍ ଭାବରେ ଉଭା ହୋଇଛି ଏବଂ ଏହାର ଆକାରକୁ ଦ୍ୱିଗୁଣିତ ହେବା ସହ ୨୦୩୦ ସୁଦ୍ଧା ପ୍ରାୟ ୪୦୦ ବିଲିୟନ ଡଲାର ମୂଲ୍ୟର ବ୍ୟବସାୟ ସୃଷ୍ଟି କରିବାର ପୂର୍ଣ୍ଣ ସମ୍ଭାବନା ରହିଛି । ବିଶେଷଜ୍ଞଙ୍କ କୌଶଳ, ଜ୍ଞାନ ଏବଂ ଅଭିଜ୍ଞତା, ଫିନଟେକ ମ୍ୟାନେଜମେଣ୍ଟରେ ଏମବିଏ

ଆଇଆଇଏମ୍ ସମ୍ବଲପୁରର ପ୍ରୋଗ୍ରାମ ଚେୟାରପର୍ଶନ ପ୍ରଫେସର ଦିୱାହର ନାଦର ସୂଚନା ଦେଇଛନ୍ତି, ‘‘ଫିନଟେକ ମ୍ୟାନେଜମେଣ୍ଟରେ ଏମବିଏ ବୁଧବାର, ଶନିବାର ଏବଂ ରବିବାର ଦିନ ଆଭାସି ଶିକ୍ଷାଦାନ ସହିତ ମିଶ୍ରିତ ଶିକ୍ଷଣ ପଦ୍ଧତିରେ ପାଠ୍ୟଗ୍ରହଣର ସୁଯୋଗ ପ୍ରଦାନ କରେ, ଯାହା ପ୍ରତ୍ୟେକ ସେମିଷ୍ଟାରରେ ଆଇଆଇଏମ୍ ସମ୍ବଲପୁରରେ ବ୍ୟକ୍ତିଗତ ଅଧିବେଶନ ମଧ୍ୟ ପ୍ରଦାନ କରିଥାଏ  । ପ୍ରୋଗ୍ରାମର ଏକ ମୁଖ୍ୟ ଆକର୍ଷଣ ହେଉଛି ଇନକ୍ୟୁବେଟର ତାଲିମ ପ୍ରୋଗ୍ରାମ, ଯାହା ଫିନଟେକ ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ମେଣ୍ଟରସିପ୍ ପ୍ରଦାନ କରେ  । ଏହି କାର୍ଯ୍ୟକ୍ରମ ଶିଳ୍ପ, ଏକାଡେମୀ ଏବଂ ଫିନଟେକ୍ ସହିତ ସମ୍ପର୍କକୁ ଦୃଢୀଭୂତ କରିଥାଏ,ଏଥିସହିତ ନେଟୱାର୍କିଂ ସୁଯୋଗ ଏବଂ ଉଦ୍ୟୋଗୀ ତାଲିମ ପ୍ରଦାନ କରିଥାଏ  । ଆଲୋଚନା ଆରମ୍ଭ କରିବା ଦିଗରେ ଫିନଟେକ ଇଣ୍ଡଷ୍ଟ୍ରିର ଏକାଧିକ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ଆମେ ୫ ମଇରେ ମୁମ୍ବାଇର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ବି.କେ.ସିରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜିତ ହେବ  ।”

ଏଥିପାଇଁ ଆବେଦନକାରୀ ସର୍ବନିମ୍ନ ୫୦% ମାର୍କ ସହିତ ଯେକୌଣସି ଶୃଙ୍ଖଳାରେ ସ୍ନାତକ ଡିଗ୍ରୀ କିମ୍ବା ସମାନ ଯୋଗ୍ୟତା ଧାରଣ କରିଥିବା ଆବଶ୍ୟକ  । ଯେକୌଣସି କ୍ଷେତ୍ରରେ ଡିଗ୍ରୀ ଗ୍ରହଣ କରାଯାଉଥିବାବେଳେ ବ୍ୟବସାୟ, ଅର୍ଥନୀତି, ଗଣିତ, ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଅବେଦନ ପାଇଁ ପ୍ରାଥମିକ ଦିଆଯିବ  । ପୋଷ୍ଟ କ୍ୱାଲିଫିକେସନ୍ ମ୍ୟାନେଜମେଣ୍ଟ / ଉଦ୍ୟୋଗୀତା / ବୃତ୍ତିଗତ ଅଭିଜ୍ଞତାର ସର୍ବନିମ୍ନ ୨ ବର୍ଷ ଆବଶ୍ୟକ ରହିଛି (ଆବେଦନ ଶେଷ ତାରିଖ ପର୍ଯ୍ୟନ୍ତ) ।

c

ସମ୍ବଲପୁର: ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଏମ ସମ୍ବଲପୁର ଓ ଏନଏସଇ ଏକାଡେମୀ ସହିତ ମିଳିତ ଭାବରେ ଫିନଟେକ୍-ମ୍ୟାନେଜମେଣ୍ଟରେ ଏମବିଏ ପାଇଁ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି  । ଏହା ହେଉଛି ପ୍ରଥମ ଫିନଟେକ୍-ଫୋକସ୍ ଥିବା ଏମବିଏ ଡିଗ୍ରୀ ଯାହାକି ଆଇଆଇଏମ୍ ଦ୍ୱାରା ଆରମ୍ଭ କରାଯାଉଛି । ଅନୁଷ୍ଠାନ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମର ଏକ ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯେଉଁଥିରେ ଆବେଦନକାରୀମାନେ ପ୍ୟାରିସର ସୋରବୋନ୍ ବିଜନେସ୍ ସ୍କୁଲରୁ ‘ଆନ୍ତର୍ଜାତୀୟ ଫାଇନାନ୍ସରେ ଏମବିଏ’ ଡିଗ୍ରୀ ହାସଲ କରିପାରିବେ ।

ୟୁପିଆଇ ପରି ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ଭାରତକୁ ଏକ ବିଶ୍ୱସ୍ତରୀୟ ଫିନଟେକ ପାୱାରହାଉସରେ ପରିଣତ କରିଛି, ପେମେଣ୍ଟ, ଡିଜିଟାଲ୍ ଋଣ ପ୍ରଦାନ, ଇନସୁରଟେକ୍ ଏବଂ ୱେଲଟେକ୍ ଭଳି ବିଭାଗରେ ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶନ କରିଛି  । ଫିଣ୍ଟେକ୍ ର ସମ୍ଭାବ୍ୟ ଅଭିବୃଦ୍ଧି କୁଶଳୀ ଏବଂ ଦକ୍ଷ ବ୍ୟକ୍ତିବିଶେଷଙ୍କ ବିକାଶଶୀଳ ପ୍ରଯୁକ୍ତିବିଦ୍ୟା, ନିୟାମକ ଯାଞ୍ଚ ଏବଂ ବଜାରର ଗତିଶୀଳତା ପାଇଁ ଏକ ବୃହତ ଆବଶ୍ୟକତାକୁ ସୂଚିତ କରିଥାଏ । ମିଳିତ ସହଯୋଗରେ ପରିଚାଳିତ ଏହି ପାଠ୍ୟକ୍ରମ ଅଂଶଗ୍ରହଣକାରୀମାନଙ୍କୁ ବ୍ଲକ୍ ଚେନ୍, ଏଆଇ, ଏବଂ କ୍ରିପ୍େଟାଗ୍ରାଫିର ବୈଷୟିକ କ୍ଷେତ୍ରରେ ବିଶେଷ ତାଲିମ ପ୍ରଦାନ କରିବା ସହ ଅତ୍ୟାଧୁନିକ ଜ୍ଞାନ କୈଶଳ ମାଧ୍ୟମରେ ରଣନୈତିକ ଦକ୍ଷତା ବୃଦ୍ଧି ପାଇଁ ପ୍ରସ୍ତୁତ କରାଯାଇଛି ।

ଆଇଆଇଏମ୍ ସମ୍ବଲପୁରର ନିଦେ୍ର୍ଦଶକ ପ୍ରଫେସର ମହାଦେଓ ଜୈସୱାଲ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, “୯,୦୦୦ ରୁ ଅଧିକ ଫିନଟେକ୍ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଫିନଟେକ୍ ହବ୍ ଭାବରେ ଉଭା ହୋଇଛି ଏବଂ ଏହାର ଆକାରକୁ ଦ୍ୱିଗୁଣିତ ହେବା ସହ ୨୦୩୦ ସୁଦ୍ଧା ପ୍ରାୟ ୪୦୦ ବିଲିୟନ ଡଲାର ମୂଲ୍ୟର ବ୍ୟବସାୟ ସୃଷ୍ଟି କରିବାର ପୂର୍ଣ୍ଣ ସମ୍ଭାବନା ରହିଛି । ବିଶେଷଜ୍ଞଙ୍କ କୌଶଳ, ଜ୍ଞାନ ଏବଂ ଅଭିଜ୍ଞତା, ଫିନଟେକ ମ୍ୟାନେଜମେଣ୍ଟରେ ଏମବିଏ

ଆଇଆଇଏମ୍ ସମ୍ବଲପୁରର ପ୍ରୋଗ୍ରାମ ଚେୟାରପର୍ଶନ ପ୍ରଫେସର ଦିୱାହର ନାଦର ସୂଚନା ଦେଇଛନ୍ତି, ‘‘ଫିନଟେକ ମ୍ୟାନେଜମେଣ୍ଟରେ ଏମବିଏ ବୁଧବାର, ଶନିବାର ଏବଂ ରବିବାର ଦିନ ଆଭାସି ଶିକ୍ଷାଦାନ ସହିତ ମିଶ୍ରିତ ଶିକ୍ଷଣ ପଦ୍ଧତିରେ ପାଠ୍ୟଗ୍ରହଣର ସୁଯୋଗ ପ୍ରଦାନ କରେ, ଯାହା ପ୍ରତ୍ୟେକ ସେମିଷ୍ଟାରରେ ଆଇଆଇଏମ୍ ସମ୍ବଲପୁରରେ ବ୍ୟକ୍ତିଗତ ଅଧିବେଶନ ମଧ୍ୟ ପ୍ରଦାନ କରିଥାଏ  । ପ୍ରୋଗ୍ରାମର ଏକ ମୁଖ୍ୟ ଆକର୍ଷଣ ହେଉଛି ଇନକ୍ୟୁବେଟର ତାଲିମ ପ୍ରୋଗ୍ରାମ, ଯାହା ଫିନଟେକ ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ମେଣ୍ଟରସିପ୍ ପ୍ରଦାନ କରେ  । ଏହି କାର୍ଯ୍ୟକ୍ରମ ଶିଳ୍ପ, ଏକାଡେମୀ ଏବଂ ଫିନଟେକ୍ ସହିତ ସମ୍ପର୍କକୁ ଦୃଢୀଭୂତ କରିଥାଏ,ଏଥିସହିତ ନେଟୱାର୍କିଂ ସୁଯୋଗ ଏବଂ ଉଦ୍ୟୋଗୀ ତାଲିମ ପ୍ରଦାନ କରିଥାଏ  । ଆଲୋଚନା ଆରମ୍ଭ କରିବା ଦିଗରେ ଫିନଟେକ ଇଣ୍ଡଷ୍ଟ୍ରିର ଏକାଧିକ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ଆମେ ୫ ମଇରେ ମୁମ୍ବାଇର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ବି.କେ.ସିରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜିତ ହେବ  ।”

ଏଥିପାଇଁ ଆବେଦନକାରୀ ସର୍ବନିମ୍ନ ୫୦% ମାର୍କ ସହିତ ଯେକୌଣସି ଶୃଙ୍ଖଳାରେ ସ୍ନାତକ ଡିଗ୍ରୀ କିମ୍ବା ସମାନ ଯୋଗ୍ୟତା ଧାରଣ କରିଥିବା ଆବଶ୍ୟକ  । ଯେକୌଣସି କ୍ଷେତ୍ରରେ ଡିଗ୍ରୀ ଗ୍ରହଣ କରାଯାଉଥିବାବେଳେ ବ୍ୟବସାୟ, ଅର୍ଥନୀତି, ଗଣିତ, ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଅବେଦନ ପାଇଁ ପ୍ରାଥମିକ ଦିଆଯିବ  । ପୋଷ୍ଟ କ୍ୱାଲିଫିକେସନ୍ ମ୍ୟାନେଜମେଣ୍ଟ / ଉଦ୍ୟୋଗୀତା / ବୃତ୍ତିଗତ ଅଭିଜ୍ଞତାର ସର୍ବନିମ୍ନ ୨ ବର୍ଷ ଆବଶ୍ୟକ ରହିଛି (ଆବେଦନ ଶେଷ ତାରିଖ ପର୍ଯ୍ୟନ୍ତ) ।

Leave a Reply

Your email address will not be published. Required fields are marked *