ରାଜ୍ୟ ବିଜେପିର କେଉଁ ସବୁ ପ୍ରସଙ୍ଗ ଗୌହାଟିରେ ହେଲା ଆଲୋଚନା ……
ଗୌହାଟି : ସବୁ ରାଜ୍ୟରେ ଇଡି, ସିବିଆଇ, ଆୟକର ବିଭାଗ ଜୋରଦାର ଚଢଉ ହେଉଛି। ମାତ୍ର ଓଡ଼ିଶାରେ ସେପରି କିଛି ଦେଖିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଶାହ ଓଡ଼ିଶା ଆସିବା ନାଁ ଧରୁନାହାନ୍ତି। ରାଜ୍ୟ ବିଜେପି ରାସ୍ତାକୁ ବାହାରିଲା ବେଳକୁ କେନ୍ଦ୍ର ବିଜେପି କଣ ନିର୍ଦ୍ଦେଶ ଦେବ ସେ ନେଇ ସ୍ପଷ୍ଟତା ଆସୁନି। ଗୋଟିଏ ସରକାର ବିରୋଧରେ ଦୁଇ ଦଶନ୍ଧିର ଶାସକ ବିରୋଧି ହାଓ୍ୱାର ରହିଛି। ଏଥିସହ ବିଜେଡିରେ ଅସନ୍ତୋଷ ରହିଛି। ତେଣୁ ଆସନ୍ତା ନିର୍ବାଚନରେ ବିଜେଡିକୁ କଡ଼ା ଚ୍ୟାଲେଞ୍ଜ ଦିଆଯାଇପାରିବ। ମାତ୍ର କେନ୍ଦ୍ରୀୟ ନେତୃତ୍ୱର ପୂର୍ଣ୍ଣାଙ୍ଗ ଗ୍ରୀନ୍ ସିଗନାଲଙ୍କୁ ରାଜ୍ୟ ଅପେକ୍ଷା କରିଛି।

ଏହି କ୍ରମରେ ଗୌହାଟିରେ ମାନସମନ୍ଥନ ଜାରି ରହିଛି। ଓଡ଼ିଶାର ପରବର୍ତ୍ତୀ ପ୍ରଭାରୀ କାହାକୁ କରାଯିବ। ନୂତନ କମିଟିର ରୂପରେଖ କଣ ରହିବ। କାହାକୁ ମନ୍ତ୍ରୀ ପରିଷଦରୁ ହଟାଯାଇ ସଙ୍ଗଠନ ଦିଆଯିବ। ପଶ୍ଚିମ ଓଡ଼ିଶାରୁ କାହାକୁ ମନ୍ତ୍ରୀ କରାଯିବ। ଗୌହାଟିରେ ଆଲୋଚନା କରାଯିବ। ଅଗଷ୍ଟ ମାସରୁ ରଣନୀତିରେ ବ୍ୟାପକ ପରିବର୍ତ୍ତନ ଆସିବ। ବିଜେଡିରୁ କେଉଁ ବାଗୀ ନେତାମାନଙ୍କ ସହ ଆଲୋଚନା କରାଯିବ, ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଫେସର ଗଣେଷୀ ଲାଲଙ୍କ କାର୍ଯ୍ୟକାଳ ସମାପ୍ତ ପ୍ରାୟ ହୋଇଛି। ତେଣୁ ତାଙ୍କ ବଦଳରେ ଜଣେ କଡ଼ା ଆଭିମୁଖ୍ୟ ପୋଷଣ କରୁଥିବା ରାଜ୍ୟପାଳ ଅବସ୍ଥାପିତ କରିବା ପାଇଁ ବିଜେପି ନେତା ମାନେ କେନ୍ଦ୍ରୀୟ ନେତୃତ୍ୱକୁ ପ୍ରସ୍ତାବ ଦେଇଛନ୍ତି। ପ୍ରଚାର କମିଟି ଅଧ୍ୟକ୍ଷ କିଏ ହେବ, ତାହା ଉପରେ ସସପେନ୍ସ ରହିଛି। ମାତ୍ର ଗୌହାଟି ବୈଠକରେ ଏହାର ନିର୍ଯ୍ୟାସ ବାହାରି ଯିବ ବୋଲି ଆଶା କରାଯାଉଛି।

