ମାଇକ୍ରୋସଫ୍ଟ ସର୍ଭର ଡାଉନ୍, ଦୁନିଆର ବ୍ୟାଙ୍କ୍, ବିମାନ, କମ୍ପ୍ୟୁଟର ପ୍ରଭାବିତ
ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା ଭାରତ, ବ୍ରିଟେନ ଆମେରିକା ସମେତ ବିଶ୍ବର ପ୍ରାୟ ସବୁ ଦେଶ ପ୍ରଭାବିତ ହେଇଛନ୍ତି। ଟ୍ରେନ ଠୁ ନେଇ ଏୟାରଲାଇନ୍ସ ପର୍ଯ୍ୟନ୍ତ ସେବା ବନ୍ଦ ହୋଇଛି । ଓ୍ବିଣ୍ଡୋଜ୍ରେ ଗଡ଼ବଡ଼ ଯୋଗୁଁ ସୁପରମାର୍କେଟ, ବ୍ୟାଙ୍କିଙ୍ଗ ଅପରେସନ୍, ଷ୍ଟକ ମାର୍କେଟ ଏବଂ ପେମେଣ୍ଟ ସିଷ୍ଟମ ବିଶେଷ ଭାବେ ପ୍ରଭାବିତ ହୋଇଛି ।ଆମେରିକାରେ ୩ଟି ଏୟାର ଲାଇନ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଭାରତରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି ।
କେବଳ ବ୍ୟାଙ୍କିଙ୍ଗ କିମ୍ବା ଏୟାରଲାଇନ୍ସ ନୁହେଁ ଓ୍ବିଣ୍ଡୋ ବ୍ୟବହୃତ ଅନେକ କମ୍ପାନି କାର୍ଯ୍ୟ ବାଧିତ ହୋଇଛି । ଆମେରିକାର ଜରୁରୀ ସେବା ୯୧୧ ମଧ୍ୟ ବନ୍ଦ ହୋଇଥିବା ଜଣାପଡ଼ିଛି ।
ଭାରତରେ ବିମାନ ସେବା ଦେଉଥିବା ୩ଟି ଏୟାରଲାଇନ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଆକାଶ ଏୟାର ଏବଂ ସ୍ପାଇସ ଜେଟକୁ ବହୁ ଏୟାରପୋର୍ଟରେ ଚେକ ଇନ୍ କରାଇବାରେ ଅସୁବିଧା ହୋଇଛି । ତେଣୁ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ସମେତ ଦେଶର ଅନେକ ଏୟାରପୋର୍ଟରେ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।