ଆସନ୍ତାକାଲି ଡବଲ୍ୟୁଟିସି ଫାଇନାଲ; ଭାରତକୁ ଚିନ୍ତା ଦେଇପାରେ ମିଡିଲ ଅର୍ଡର
ଲଣ୍ଡନ:ଆସନ୍ତାକାଲି ଇଂଲଣ୍ଡର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଚ ଚମ୍ପିଆନ ସିପର ପାଇନାଲ ଖେଳାଯିବ ।ଯାହା ପାଇଁ ଦୁଇ ଦଳ କଠିନ ଅଭ୍ୟାସ କରୁଥିବାର ଦେଖା ଦେଇଛନ୍ତି । ଆସନ୍ତାକାଲିର ଏହି ମ୍ୟାଚରେ ଦୁଇ ଦଳର ମିଡିଲ ଅର୍ଡର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଯଦି ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଉପରେ ନଜର ପକାଇବା ତେବେ ବିରାଟ କୋହଲି , ଚିତେଶ୍ବର ପୂଜାରା ଏବଂ ଦଳକୁ ଫେରିଥିବା ଅଜିଙ୍କ୍ୟା ରାହାଣେଙ୍କ ଉପରେ ଦଳ ନିର୍ଭର ରହିବ । ଯଦି ଓଭାଲରେ ଏହି ତିନି ଜଣଙ୍କ ପଦର୍ଶନ ଉପରେ ନଜର ପକାଇବା ତେବେ ବିରାଟ କୋହଲି ଏହି ପଡିଆରେ 3 ଟି ମ୍ୟାଚରେ 28.16 ଆଭରେଜରେ 169 ରନ କରିବାରେ ସକ୍ଷମ ହୋଇଛନ୍ତି ଯେଉଁଥିରେ ଗୋଟିଏ ମାତ୍ର ଅର୍ଦ୍ଧଶତକ ସାମିଲ ଅଛି । ସେହିପରି ଟିମ୍ ଇଣ୍ଡିଆର ନୂତନ ୱାଲ କୁହାଯାଉଥିବା ଚିତ୍ତେଶ୍ବର ପୂଜାରାଙ୍କ ରେକର୍ଡ ମଧ୍ୟ ଏହି ଭେନ୍ୟୁରେ ଏତେଟା ଭଲ ନାହିଁ । ପୂଜାରା ଗତ 3ଟି ମ୍ୟାଚରେ 19.50 ହାରାହାରିରେ ମାତ୍ର 117 ରନ କରିଛନ୍ତି । ଯଦି ରାହେଣେଙ୍କ ପଦର୍ଶନ ଦେଖାଯାଏ ତେବେ କୋହଲି ଏବଂ ପୂଜାରାଙ୍କ ଠାରୁ ଖରାପ ରହିଛି ରାହାଣେଙ୍କ ପଦର୍ଶନ । ରାହାଣେ ଓଭାଲର ଗତ 3ଟି ମ୍ୟାଚରେ ମାତ୍ର 9.17 ହାରାହାରିରେ 37 ରନ କରିଛନ୍ତି । ସେହିପରି ଯଦି ଟିମ୍ ଅଷ୍ଟ୍ରେଲିଆର ମିଡିଲ ଅର୍ଡର ବ୍ୟାଟରଙ୍କ କଥା ଚିନ୍ତାକରାଯାଏ ତେବେ ଭାରତୀୟ ଦଳ ଠାରୁ ଖୁବ୍ ଆଗରେ ଅଛନ୍ତି କଙ୍ଗାରୁ ଦଳର ଖେଳାଳି ।ଅଷ୍ଟ୍ରେଲିଆର ଷ୍ଟିବ ଶ୍ମିଥ୍ ଏହି ଭେନ୍ୟୁରେ ପୂର୍ବ 3ଟି ମ୍ୟାଚରେ 97.97 ହାରାହାରିରେ 391 ରନ କରିଛନ୍ତି । ।ଯେଉଁଥିରେ ଦୁଇ ଶତକ ସହ ଗୋଟିଏ ଅର୍ଦ୍ଦଶତକ ରହିଛି । ତେବେ ଏହି ପରିସଂକ୍ଷାନ କେଉଁଠି ନା ତେଉଁଠି ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ବୋଲି କ୍ରୀଡା ବେଶେଷଜ୍ଞ ମାନେ ମତ ରଖିଛନ୍ତି ।