ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁ ସେନାର ଲଢୁଆ ବିମାନ ମିଗ୍-୨୧

ନୂଆଦିଲ୍ଲୀ : ମାସକ ଭିତରେ ଦ୍ବିତୀୟ ଥର ପାଇଁ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡରେ ବାୟୁସେନାର ମିଗ୍ – ୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ବାୟୁସେନାର ଫାଇଟର ଜେଟ୍ ମିଗ୍-୨୧ ଏକ ଘର ଉପରେ ଖସି ପଡିଛି। ବିମାନ ଖସିବା ଯୋଗୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କିନ୍ତୁ ଏହି ଦୁର୍ଘଟଣାରେ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି। ୪ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରିର କସ୍ତୱାଡାରେ ଏଏଲଏଚ୍ ଧ୍ରୁବ ଦୁର୍ଘଟଣାଗ୍ରସ୍ତ ହେବାର ଖବର ପ୍ରକାଶ ପାଇଥିଲା ।
ସ୍ଥାନୀୟ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସେନାର ଯୁଦ୍ଧ ବିମାନ ମିଗ୍- ୨୧ ନିୟନ୍ତ୍ରଣ ବାହାରକୁ ଯାଇ ଘର ଛାତ ଉପରେ ପଡ଼ିଯାଇଥିବା କୁହାଯାଉଛି। ବିମାନର ଖଣ୍ଡଗୁଡ଼ିକ ଘଟଣାସ୍ଥଳରେ ପଡ଼ିରହିଛି। ବିମାନ ଦୁର୍ଘଟଣା ପରେ ସେଠାରେ ନିଆଁ ଲାଗିଯାଇଥିଲା। ଠିକ୍ ସେହି ସମୟରେ ଘରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିମାନରେ ଥିବା ଉଭୟ ପାଇଲଟ ଦୁର୍ଘଟଣାରେ ସୁରକ୍ଷିତ ଅଛନ୍ତି।