ବଢ଼ିଲା କ୍ଷୀର ଦର, ଗ୍ରାହକଙ୍କ ପାଇଁ ଅତିରିକ୍ତ ବୋଝ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଙ୍ଘ (ଓମଫେଡ଼) ସମସ୍ତ ପ୍ରକାରର କ୍ଷୀର ପ୍ୟାକେଟର ମୂଲ୍ୟ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମୂଲ୍ୟ ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ।
ନୂଆ ମୂଲ୍ୟ ଅନୁସାରେ : ଟୋନଡ ମିଲ୍କ: ୫୦ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ପ୍ରିମିୟମ୍ ମିଲ୍କ: ୫୪ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ଗୋଲ୍ଡ ମିଲ୍କ: ୫୬ ଟଙ୍କା/ଲିଟର (୪ ଟଙ୍କା ବୃଦ୍ଧି) । ବିଗତ ୧ ଅପ୍ରେଲ ୨୦୨୩ ପରେ ଏହା ପ୍ରଥମ ଥର ପାଇଁ ବୃଦ୍ଧି ହୋଇଛି । ଏହି ବୃଦ୍ଧି ପଛରେ ବୃଦ୍ଧି ପାଇଥିବା ଉତ୍ପାଦନ ଖର୍ଚ୍ଚ ବା ଅନ୍ୟାନ୍ୟ ତଥ୍ୟ ସମ୍ବନ୍ଧରେ ଓମଫେଡ଼ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଏହା ଗ୍ରାହକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।