ଡକ୍ଟରେଟରେ ସମ୍ମାନିତ ହେଲେ ମାଣ୍ଡିଆ ରାଣୀ
ଭୁବନେଶ୍ବର; ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ମାଣ୍ଡିଆ ରାଣୀ ଭାବେ ଜଣାଶୁଣା ଥିବା କୋରାପୁଟ ଜିଲ୍ଲାର ରାଇମତୀ ଘିଉରିଆଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଏହି ଅବସରରେ ରାଇମତୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସମ୍ମାନିତ ହୋଇଛନ୍ତି । ମାଣ୍ଡିଆକୁ ସଂରକ୍ଷିତ କରି ରଖିବା ସହ ଏହାକୁ ବିଶ୍ୱ ଦରବାରରେ ପହଞ୍ଚିବାରେ ମୁଖ୍ୟ ପୁରୋଧା ସାଜିଥିବା ରାଇମତି ଆଜି କେବଳ ଓଡ଼ିଶା ନୁହେଁ ବରଂ ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।