ଥରେ ବସି ଗଲେ ଆଉ ଉଠନ୍ତି ନାହିଁ ନରେନ୍ଦ୍ର ମୋଦି…ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଶୀର୍ଷକ ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ଚୌକିରେ ବସିଲେ ଆଉ ଉଠନ୍ତି ନାହିଁ। ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ଗତ ସପ୍ତାହରେ ଲଲନଟପର ଏକ କାର୍ଯ୍ୟକ୍ରମରେ ସେ ଏହି ବିଷୟରେ ଅବତାରଣା କରିଥିଲେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କ’ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ  ବନ୍ଧୁ କହିଥିଲେ ଯେତେବେଳେ ନରେନ୍ଦ୍ର ଯୁବକ ଥିଲେ, ଗୁଜରାଟର ଏକ ସହରରେ ତାଙ୍କ କକାଙ୍କ ଏକ ଚା’ ଦୋକାନ ରହିଥିଲା। ସେ ସେହି ଦୋକନାକୁ ସବୁଦିନ ସକାଳୁ ନିଜ ଗାଁରୁ ଏକ ବସରେ ଯାଉଥିଲେ ଏବଂ ପୁଣି ସନ୍ଧ୍ୟାରେ ଫେରୁଥିଲେ। ସେ ଝୁଲା ବେଗ ନେଇ ବସରେ ଆସୁଥିଲେ ଏବଂ ଯେଉଁ ସିଟରେ ବସୁଥିଲେ ସେହି ସିଟରେ ଝୁଲା ବେଗ ରଖୁଥିଲେ। ସନ୍ଧ୍ୟାରେ ଫେରିବା ବେଳେ ସେହି ସମାନ ବସରେ ସମାନ ସିଟରେ ବସୁଥିଲେ। ମୋଦି ଯେଉଁ ସିଟରେ ବସୁଥିଲେ, ଏଥିପାଇଁ ସେ ସେହି ସିଟରେ ବେଗ ରଖୁଥିଲେ, ଯେମିତି ଅନ୍ୟ କେହି ଯାତ୍ରୀ ସେହି ସିଟରେ ନ ବସୁ । ଗୋଟିଏ ଦିନ ଏମିତି ହୋଇଥିଲା ସେ ଯେଉଁ ସିଟରେ ବେଗ ରଖିଥିଲେ, ତାଙ୍କ ବେଗ ଉଠାଇ ଅନ୍ୟ କେହି ଯାତ୍ରୀ ବସି ପଡ଼ିଥିଲେ। ଆଉ ଏହା ଦେଖି ମୋଦୀ ଖୁବ୍ ରାଗି ଯାଇଥିଲେ। ଅର୍ଥାତ ମୋଦୀ ପିଲାଦିନୁ ନିଜ ଆସନ କାହାକୁ ଛାଡ଼ିବାକୁ ପସନ୍ଦ କରୁନଥିଲେ। ଏହି ଘଟଣାଟିକୁ ଯୁବ ସାମ୍ବାଦିକ ଶୁଭଙ୍କର ଜେନା ନିଜ ଫେସବୁକ୍ ପୋଷ୍ଟମାଧ୍ୟମରେ ଉଲ୍ଲେଖ କରିଥିଲେ।

Leave a Reply

Your email address will not be published. Required fields are marked *