ଏଆଇ ହେଲା ଆମେରିକା ଓ ଇଣ୍ଡିଆ ; ମୋଦି

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍‌ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖି  କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୭ ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛି। ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ ରଖନ୍ତି।’ ଆତଙ୍କବାଦ ପ୍ରସଙ୍ଗରେ ଅଭିଭାଷଣ ରଖି ମୋଦି କହିଛନ୍ତି ଯେ, ଆତଙ୍କବାଦ ମଣିଷ ସମାଜର ଶତ୍ରୁ। ଆତଙ୍କୀ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ବିରୋଧରେ ମିଳିତ ଭାବେ ଲଢେଇ କରିବାର ଆବଶ୍ୟକତା ରହିଛି। ଏଥିସହ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ନିଜ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପରିଶେଷରେ ଭାରତ-ଆମେରିକା ସଂପର୍କ ଆହୁରି ମଜବୁତ୍‌ ହେବାର କାମନା କରି ନିଜ ଅଭିଭାଷଣ ଶେଷ କରିଥିଲେ ପ୍ରଧାନ ମନ୍ତ୍ରୀ ମୋଦି । 

Leave a Reply

Your email address will not be published. Required fields are marked *