ମୁଖ୍ୟମନ୍ତ୍ରୀ ମୋହନ ମାଝୀ VS କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Mohan VS Dharmendra

ଭୁବନେଶ୍ୱର:(ଶ୍ରୀକୁମାର ଶୁକ୍ଲା – ଖଟିରୁ) -ମୋହନ ମାଝିକୁ ବଦନାମ କରି ଧର୍ମେନ୍ଦ୍ର ପ୍ରଧାନ ନିଜେ ମୁଖ୍ୟମନ୍ତ୍ରୀ ହେବ ବୋଲି ତାକୁ କାମ କରେଇ ଦେଉନି। ଏଥର କଲେଜ ନିର୍ବାଚନରେ ଏବିଭିପି ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ଆଜି ଖଟିରେ ଯଦୁ ଭାଇ କହିଲେ।
           ଉତ୍ତରରେ ବାବୁଲି ଭାଇ କହିଲେ ନାଚି ନଜାଣି ଅଗଣାର ଦୋଷ ଭଳି  ନିଜେ କିଛି କରିନପାରି ଆଉ ଏଥିପାଇଁ ଧର୍ମେନ୍ଦ୍ରକୁ ଦୋଷ ଦେଲେ କଅଣ ହେବ? ମୋହନ ସରକାର ଯେଉଁ ସବୁ ଘଟଣାରେ ବଦନାମ ହୋଇଛି ସେଥିରେ ଧର୍ମେନ୍ଦ୍ରର ଭୂମିକା କଅଣ ରହିଛି ବୋଲି ପଚାରିଥିଲେ। ରଥ ଉପରେ ବଳଭଦ୍ର ପଡିଗଲେ ତାକୁ କଅଣ ଧର୍ମେନ୍ଦ୍ର କହି ପକେଇ ଦେଇଥିଲା?ବଳଙ୍ଗାରେ ଯେଉଁ ଝିଅଟି ମରିଗଲା ତାକୁ କଅଣ ଧର୍ମେନ୍ଦ୍ର ମାରିଦେବାକୁ କହିଥିଲା ନା ସାକ୍ଷୀ ପ୍ରମାଣ ଲୁଚାଇ ଦେଇ ପ୍ରଭାତୀ ପରିଡାକୁ ସୁରକ୍ଷା ଦେବାକୁ କହିଥିଲା? ଏଫ୍‌ଏମ୍‌ କଲେଜରେ ଝିଅଟି ପୋଡିହୋଇ ମଲା ତାକୁ କଅଣ ଧର୍ମେନ୍ଦ୍ର ମରିବାକୁ କହିଥିଲା? ରଥଯାତ୍ରାରେ ଦଳାଚକଟାରେ ଲୋକ ମଲେ ସେଥିପାଇଁ ବି ଧର୍ମେନ୍ଦ୍ର ଦାୟି ବୋଲି କୁହାଯିବ? ବାଲେଶ୍ୱରରେ ଏବିଭିପି ପିଲାଙ୍କୁ ବାନ୍ଧିବା ଲାଗି ପୋଲିସକୁ ଧର୍ମେନ୍ଦ୍ର କହିଥିଲା ? *ଏବେ ମୋହନକୁ ଧର୍ମେନ୍ଦ୍ର ଭୂତ ଘାରିଥିବାରୁ କିଛି ଲୋକ ଧର୍ମେନ୍ଦ୍ର ନାଁ ନେଇ ସବୁକଥାରେ ଖସି ଯିବାକୁ ଚାହୁଁଛନ୍ତି।*
       ଆଉ ଗୋଟେ କଥା ଦେଖନ୍ତୁ *ମୋହନ ସରକାର ଏହା ଭିତରେ ବହୁତ ଉନ୍ନତିକର କାମ କଲାଣି। ହେଲେ ସରକାରରେ ଯେଉଁ ସବୁ ଅଘଟଣ ଘଟି ଚାଲିଛି ସେଥିରେ ଭଲ କାମ ସବୁ ଲୁଚି ଯିବାରୁ ସେସବୁ ପଦାକୁ ଆସିପାରୁନି।* କଅଣ ସବୁ ଭଲ କାମ କରିଛି ବୋଲି ପଚାରିବାରୁ ସେ କହିଲେ ଅନେକ ଆଦର୍ଶ ବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁତ ଭଲ କାମ କଲାଣି ହେଲେ ସେ ତାକୁ ହାଇଲାଇଟ୍‌ କରିପାରୁନି। ସରକାର କରିଥିବା ଉନ୍ନତିମୂଳକ କାମ ସବୁକୁ ଏଭଳି ପ୍ରଚାର କରାଯିବ ସେଥିରେ ଅନ୍ୟ ସବୁ ଘଟଣା ଲୁଚିଯିବ। ଏଇଟା ହେଉଛି ଗୋଟେ ଷ୍ଟ୍ରାଟେଜି ବା ମ୍ୟାନେଜମେଣ୍ଟ ବୋଲି ବୁଝନ୍ତୁ। ଯେଉଁଟାକୁ ମୋଦୀ କରୁଛି, ନବୀନ କରୁଥିଲା। ଏଇଟା ହେଉଛି ବାସ୍ତବିକ୍‌ ଗଭର୍ଣ୍ଣାସ୍‌। ହେଲେ ଅଭିଜ୍ଞତା ଅଭାବରୁ ସରକାରଙ୍କର କାହା ଉପରେ ନିୟନ୍ତ୍ରଣ ରହି ନପାରିବାରୁ *_ଏମାନେ ନିଜର ଭଲ ଜିନିଷଟାକୁ ଦେଖାଇ ପାରୁନାହାଁନ୍ତି ଓ ଫଳରେ ଲୋକେ ଖରାପ ଜିନିଷଟାକୁ ଦେଖୁଛନ୍ତି।_*
           ସେ କହିଲେ ଏ *ବୁରୋକ୍ରାସୀ ସରକାରଙ୍କର ନାଡି ଚିପି ନିଶ୍ୱାସ ପ୍ରଶ୍ୱାସର ଗତି ଜାଣିବା ପରେ ଏବେ ତଣ୍ଟିଟାକୁ ଚିପିବାକୁ ବସିଲେଣି।* ବିଜେଡି ସରକାରରେ ଥିବା କିଛି ସରକାରୀ କର୍ମଚାରୀ ଦିଲ୍ଲୀକୁ ଖସିଗଲେ। ସେତେବେଳେ ଯେଉଁମାନେ ମାମଲତକାର ଥିଲେ ଏବେ ମଧ୍ୟ ସେମାନେ ଫୁଲ ମାମଲତକାର୍‌ ସାଜିଛନ୍ତି।  ଷ୍ଟ୍ରାଟେଜିକାଲି ସେମାନଙ୍କ ଜରିଆରେ ମନ୍ତ୍ରୀମାନେ ବିବଦରେ ଛନ୍ଦି ହୋଇ ପଡିବା ପରେ ବୁରୋକ୍ରାସୀ ଆରାମରେ ବୁଲୁଛି।  
        ବିଜେପିର ବଡ ଶକ୍ତି ହେଉଛି ଏବିଭିପି। ତାର କାରଣ ହେଉଛି ସେମାନେ ହେଉଛନ୍ତି ଗୋଟେ କ୍ରିୟାଶୀଳ ଅନୁଷ୍ଠାନ। ଜନ ଆନ୍ଦୋଳନ ହେଲେ ଏବିଭିପି ହିଁ ରାସ୍ତାକୁ ଓହ୍ଲାଇ ସରକାରକୁ ବଞ୍ଚାଇଥାଏ। ଏବିଭିପିରେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବହୁତ ଅଧ୍ୟାପକ ଓ ଶିକ୍ଷାବିତ୍‌ ମଧ୍ୟ ସଦସ୍ୟ ଅଛନ୍ତି। *ଏବିଭିପି ହେଉଛି ଦୀର୍ଘବର୍ଷର ଏକ ବୃହତ ଅନୁଷ୍ଠାନ ଯାହାକି କଲେଜ କ୍ୟାମ୍ପସ ଭିତରେ ସୀମାବଦ୍ଧ ଏକ ଛାତ୍ର ସଙ୍ଗଠନ ନୁହେଁ ବୋଲି ଏହି କଥାଟିକୁ ସରକାର ବୁଝିବା ଦରକାର।* ପାଠ ପଢୁଥିବା ପିଲାଙ୍କୁ ସରକାର ଏବିଭିପି ବୋଲି ଭାବୁଛନ୍ତି। *ଏ ସରକାର ସୁରକ୍ଷା ଦେବା ଅବସ୍ଥାରେ ନଥିବାରୁ ସୁରକ୍ଷା ମିଳିବନି ବୋଲି ଏବିଭିପି ପିଲାଙ୍କ ଭିତରେ ଗୋଟେ ଧାରଣା ସୃଷ୍ଟି ହେବାକୁ ବସିଲାଣି।* ଏଫଏମ୍‌ କଲେଜ ଘଟଣାରେ ଯିଏ ନିଜ ଦଳର ପିଲାଙ୍କୁ ପ୍ରୋଟେକ୍ସନ୍‌ ଦେଇପାରିଲାନି ସିଏ ଅନ୍ୟ କାହାକୁ କଅଣ ପ୍ରୋଟେକ୍ସନ୍‌ ଦେବ ବୋଲି ସାଧାରଣ ଲୋକେ ମଧ୍ୟ ଭାବିଲେଣି।
           ସେ କହିଲେ *ବିଜେପିର ସୈନିକ ବୋଲି ଯଦି କାହାକୁ କୁହାଯିବ ତେବେ ତାହା ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)।* *ବିଜେପି ସିନା ଆଗରେ ରହି ରାଜନୀତି କରେ ହେଲେ ଏବିଭିପି ଓ ଆରଏସଏସ୍‌ ପଛରେ ରହି ସବୁକାମ କରିଥାନ୍ତି। ଏବିଭିପିର ଯେଉଁ ମୂଳମନ୍ତ୍ର ଜ୍ଞାନ, ଶୃଙ୍ଖଳା ଓ ଏକତା ରହିଛି ତାହାକୁ ପିଲାଙ୍କୁ ବୁଝାଇ ଦିଆଯାଇପାରିଥାନ୍ତା।* ବିଜେପି ଅନ୍ୟ ସରକାର ଭଳି ନୁହେଁ । ଏହା ହେଉଛି ଟାଣୁଆ ସରକାର ଏଠି ଏବିଭିପି ପିଲା ବିଶୃଙ୍ଖଳିତ ହେଲେ ମୋହନ ମାଝି କାହାକୁ ସୁରକ୍ଷା ଦେବନି । *ନିଜ ଦଳର କେହି ଅପରାଧ କଲେ ମଧ୍ୟ ଏ ସରକାର କାହାରିକୁ ଛାଡିବନି ବୋଲି ଏଭଳି ଏକ ବାର୍ତ୍ତାକୁ ଠିକଣା ଭାବେ ହାଇଲାଇଟ୍‌ କରିପାରିଥିଲେ ତାହା ବିଜେପିର ସମ୍ପତ୍ତି କରିପାରିଥାନ୍ତା ।* ମାତ୍ର ଏମାନଙ୍କର ପ୍ରଚାର ଯନ୍ତ୍ରଟି ଏତେ ଦୁର୍ବଳ ଯେ ତାହା ସଠିକ୍‌ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ଏଥିପାଇଁ କିଛି *ବ୍ୟାକ୍‌ରୁମ୍‌ ବୟ* *ଦରକାର* ଯେଉଁମାନେ ଠିକଣା ଭାବେ ପ୍ଲାନିଂ କରି  ନେଗେଟିଭ୍‌ଟାକୁ ପଜେଟିକଭ୍‌ କରିବା ସହିତ ତାହାକୁ ସରକାରଙ୍କ ସଫଳତା ଭାବେ ପ୍ରଚାର କରିପାରନ୍ତେ। 
          ଏବେ *ବାଲେଶ୍ୱରରେ ଯାହା ସବୁ ହେଲା ଏ ସରକାର ଆମ ପିଠିରେ ପଡିବନି ବୋଲି ଭାବି ଏବିଭିପି ପିଲାମାନେ ଡିମୋରାଲାଇଜ ଅନୁଭବ କରିବେ ଓ ସାରା ରାଜ୍ୟରେ ଏବିଭିପି ସଙ୍ଗଠନ ବାଧାପ୍ରାପ୍ତ ହେବା ସହିତ ବିଜେପି ସଙ୍ଗଠନ କ୍ଷତିଗ୍ରସ୍ତ ହେବାଟା ଥୟ ବୋଲି କହିଥିଲେ ।* *(ଖଟି)                                     ତା ୦୬/୦୮/୨୦୨୫ ଖଟିରୁ ଶୁକ୍ଲା*

Leave a Reply

Your email address will not be published. Required fields are marked *