୧୦ ତାରିଖ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ…

ଭୁବନେଶ୍ବର:ଗ୍ରୀଷ୍ମ ପ୍ରବାହରୁ ମିଳିବ ମୁକ୍ତି । ଓଡ଼ିଶାକୁ ଛୁଇଁବ ମୌସୁମୀ ।  ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଆଣ୍ଡମାନ ଏବଂ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ୨-୩ ତିନି ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସେପଟେ ଆଗାମୀ ୪ ଦିନରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିଅସ୍ ବଢ଼ିବପାରେ ବୋଲି କୁହାଯାଉଛି। ବରଗଡ଼, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା।  ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *