ଆଉ ଗୋଟିଏ ଦିନ ବଢିଲା ସକାଳୁଆ ସ୍କୁଲ…
ଭୁବନେଶ୍ବର;ଆସନ୍ତାକାଲି ସାରା ରାଜ୍ୟରେ ହେବ ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପ୍ରଥମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲା ରହିବ। ୨୨ ତାରିଖରୁ ସ୍ବାଭାବିକ ଭାବରେ ବିଦ୍ୟାଳୟ ପରିଚାଳନା ହେବ। ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗୁଳୁଗୁଳି ଓ ତାତି କୁ ନଜରରେ ରଖି ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁଆ ସ୍କୁଲ ଖୋଲା ଯାଇଥିଲା। ଏବଂ ଅନେକ ସ୍ଥାନରେ ସ୍କୁଲ୍ ମଧ୍ୟ ବନ୍ଦ ରହିଛି। ପୂର୍ବରୁ ପାଣିପାଗ ବିଭାଗର ସୂଚନାକୁ ନଜରରେ ରଖି ଜିଲ୍ଲାପାଳ ମାନଙ୍କୁ ସ୍କୁଲ ଖୋଲିବା ଏବଂ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆସନ୍ତାକାଲି ସ୍କୁଲ ସକାଳୁଆ କରିବାକୁ ସରକାର ନିଷ୍ପତି ନେଇଛନ୍ତି।
