ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ରାଜ୍ୟରେ ଆରଂଭ ହେବ ସକାଳୁଆ ସ୍କୁଲ । ଏହି ସମୟରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍‌ ପ୍ୟାକେଟ୍‌ ଓ ଅନ୍ୟ ଆବଶ୍ୟକତୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସକାଳ ୭ ରୁ ୯ ଟା ଚାଲିବ ଅଙ୍ଗନବାଡି କେନ୍ଦ୍ର। ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ। ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ବର୍ତ୍ତମାନ ସୁଦ୍ଧା ସମୟ ସାରଣୀ ପ୍ରକାଶ ପାଇ ନାହିଁ । ସ୍କୁଲରେ ପାଠ ପଢା କେଉଁ ସମୟରୁ ଆରମ୍ଭ ହୋଇ କେଉଁ ସମୟରେ ଶେଷ ହେବ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *