ଦିନିକିଆ ଏସିଆ କପରେ ସର୍ବାଧିକ ରନ୍ କରିଥିବା ୫ଜଣ ଶ୍ରେଷ୍ଠ ଖେଳାଳି । ଯେଉଁଥିରେ ସାମିଲ୍ ଅଛନ୍ତି ଏହି ୨ ଭାରତୀୟ …

ଏସିଆ କପ ୨୦୨୩ ଅଗଷ୍ଟ ୩୦ରେ ଆରମ୍ଭ ହେବାକୁ ଯାଉଛି । ଏଥର ଏହି ପ୍ରତିଯୋଗୀତା ଦିନିକିଆ ପର୍ମାଟରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଦିନିକିଆ ଫର୍ମାଟରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଟ ୫ ଖେଳାଳି କିଏ ।

ସନଥ ଜୟସୁରୀୟା ;ଶ୍ରୀଲଙ୍କାର ପୂର୍ବତନ ବାମ ହାତୀ ବ୍ୟାଟର ସନଥ ଜୟସୁରୀୟାଙ୍କ ନାମରେ ଦିନିକିଆ ଏସିଆ କପରେ ସର୍ବାଧିକ ରନ କରିବାର ରେକର୍ଡ ରହିଛି । ସେ 25ଟି ମ୍ୟାଚର 24 ପାଳିରେ 53.04 ହାରରେ 1220 ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ 6 ଟି ଶତକ ସାମିଲ ଥିବା ବେଳେ 3ଟି ଅର୍ଦ୍ଧଶତକ ରହିଛି ।
କୁମାର ସାଙ୍ଗାକାରା ;ଶ୍ରୀଲଙ୍କୀର ପୂର୍ବତନ ୱିକେଟ କିପର ବ୍ୟାଟର କୁମାର ସାଙ୍ଗାକାରା ଦିନିକିଆ ଏସିଆ କପରେ ସର୍ବାଧିକ ରନ ସଂଗ୍ରହ କରିବାର ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି । ସେ 24ଟି ମ୍ୟାଚର 23ଟି ପାଳିରେ 48.86 ହାରାହାରିରେ 1075 ରନ ବନାଇଛନ୍ତି । ଯେଉଁଥିରେ 4ଟି ଶତକ ସାମିଲ ରହିଛି ।
ସଚିନ ତେନ୍ଦୁଲକର ;କ୍ରୀକେଟର ଭଗବାନ କୁହାଯାଉଥିବା ସଚିନ୍ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେ ଦିନିକିଆ ଏସିଆ କପରେ 23ଟି ମ୍ୟାଚର 21ଟି ପାଳିରେ ହାରାହାରି 51.10 ହିସବରେ 971 ରନ କରିଛନ୍ତି । ଯେଉଁଥିରେ 2 ଶତକ ଓ 7 ଅର୍ଦ୍ଧଶତକ ରହିଛି ।
ଶୋଏବ ମଲିକ: ପାକିସ୍ତାନୀ ବ୍ୟାଟର ଶୋଏବ ମଲିକ ଏପର୍ଯ୍ୟନ୍ତ 65.50 ହାରାହାରିରେ 17 ଟି ଦିନିକିଆ ଏସିଆ କପରେ 15 ଇନିଂସରେ 786 ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ସେ 3 ଶତକ ଏବଂ 3 ଅର୍ଦ୍ଧଶତକ ହାସଲ କରିଛନ୍ତି।
ରୋହିତ ଶର୍ମା ; ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ରୋହିତ ଏପର୍ଯ୍ୟନ୍ତ ଦିନିକିଆ ଏସିଆ କପରେ 17ଟି ମ୍ୟାଚରେ 15 ପାଳିରେ 46.56 ହାରାହାରିରେ 745 ରନ କରିଛନ୍ତି । 6 ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ତାଙ୍କ ନାମରେ ସାମିଲ ରହିଛି ।

Leave a Reply

Your email address will not be published. Required fields are marked *