Asia Cup ; କିଏ ଏହି ଦଳ ଯିଏ ସର୍ବାଧିକ ଥର ଏସିଆ କପ୍ ଜିତିବାର ରେକର୍ଡ ନିଜ ନାମରେ କରିଛି …

ଆଜି ପାକିସ୍ତାନର ମୁଲତାନରେ କ୍ରୀରେଟ ଷ୍ଟାଡିୟମରେ ଏସିଆ କପ୍ ୨୦୨୩ର ପାକିସ୍ତାନ ଓ ନେପାଳ ମଧ୍ୟରେ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଛି । ସେହିପରି ସେପ୍ଟମ୍ବର ୨ ତାରିଖରେ ପାକିସ୍ତାନ ବିରୁଦ୍ଧରେ ଭାରତ ପ୍ରତିଯୋଗିତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କିଏ କେତେ ଥର ଏହି ଟାଇଟେଲ ନିଜ ନାମରେ କରିଛି ।
ଏସିଆ କପ ପ୍ରଥମେ ୧୯୮୪ (ୟୁଏଇ)ରେ ଆରମ୍ଭ ହୋଇଥିଲେ । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ଟାଇଟଲ ନିଜ ନାମରେ କରିବାରେ ସଫଳ ହୋଇଥିଲା । ଏପର୍ଯ୍ୟନ୍ତ ଭାରତୀୟ ଦଳ ୭ଥର ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଛି । ସେହିପରି ଏସିଆ କପରେ ଭାରତୀୟ ଦଳ ୪୯ଟି ମ୍ୟାଚ୍ ଖେଳି ୩୧ଟିରେ ବିଜୟ ଲାଭ କରିଛି । ୧୯୮୪ ବ୍ୟତୀତ ୧୯୮୮,୧୯୯୦,୧୯୯୫, ୨୦୧୦,୨୦୧୬, ୨୦୧୮ରେ ଭାରତୀୟ ଦଳ ଏସିଆ କପ ଟାଇଟଲ ହାତେଇ ସର୍ବାଧିକ ଥର ଟ୍ରଫି ଜିତିବାର ରେକର୍ଡ ନିଜ ନାମରେ କରିଛି । ତେବେ ଭାରତ ପଛକୁ ରହିଛି ଟିମ୍ ଶ୍ରୀଲଙ୍କା ୬ ଥର ଏହି ପ୍ରତିଯୋଗିତାରେ ବାଜି ମାରିଛି।
ଏସିଆ କପରେ ଶ୍ରୀଲଙ୍କା ଦଳ ଏପର୍ଯ୍ୟନ୍ତ ୫୦ଟି ମ୍ୟାଚ ଖେଳି ୩୪ଟି ମ୍ୟାଚରେ ବିଜୟ ଲାଭ କରିଛି । ଭାରତ ଏବଂ ଶ୍ରୀଲଙ୍କ ପରେ ତୃତୀୟ ସ୍ଥାନରେ ରହିଛି ଏଥରର ଆୟୋଜକ ପାକିସ୍ତାନ । ସେହିପରି ପାକିସ୍ତାନ ୨ ଥର ଏହି ଟାଇଟଲ ନେବାରେ ସଫଳ ହୋଇଛି । ୨୦୦୦ ମସିହାରେ ପ୍ରଥମ ଥର ଏବଂ ୨୦୧୪ ରେ ଦ୍ବିତୀୟ ଥର ନେବାରେ ସଫଳ ହୋଇଛି । ତେବେ ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ସର୍ବାଧିକ ଥର ଟ୍ରଫି ନେଇ ଏସିଆର ରାଜା ରୂପେ ବିବେଚିତ ହୋଇଛି ।