ଆଜି ଆଇପିଏଲରେ ଡବଲ ହେଡର : ମୁମ୍ୱାଇ – କୋଲକାତା ଓ ଗୁଜରାଟ – ରାଜସ୍ଥାନ ମୁକାବିଲା

କୋଲ୍‌କାତା/ଅହମଦାବାଦ,୧୬/୪ : ଆଜି ଆଇପିଏଲ୍‌ରେ ଡବଲ୍‌ ହେଡର ମୁକାବିଲା।ପ୍ରଥମେ ଅପରାହ୍ଣ ୩ଟା ୩୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ଖେଳା ଯିବ ଏହି ମ୍ୟାଚ୍ । ସେହିପରି ସନ୍ଦ୍ୟା ୭ ଟା ୩୦ ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ନିଜ ଘରୋଇ ସହର ଅହମଦାବାଦରେ ପ୍ରଥମ ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ।
ଆଇପିଏଲ୍‌ର ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦୁଇ ମ୍ୟାଚ୍‌ ହାରିବା ପରେ ଗତ ମ୍ୟାଚ୍‌ରେ ପ୍ରଥମ ବିଜୟ ପାଇ ୩ ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍ ଜିତି ପଏଣ୍ଟ୍‌ ଟେବୁଲର ଶେଷ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି। ରୋହିତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୬୫ ରନ୍‌ କରି ଫର୍ମ କୁ ଫେରିଛନ୍ତି। କିନ୍ତୁ ଆଉ କୌଣସି ବ୍ୟାଟର୍‌ ଫର୍ମରେ ନରହିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଦ୍ରୁ୍ତ ବୋଲିଂ ବେହେରନଡର୍ଫ ଓ ରିଲି ମେରେଡିଥଙ୍କ କାନ୍ଧରେ ରହିବ। ସ୍ପିନର ପୀୟୂଷ ଚାୱଲାଙ୍କଠୁ ଦଳ ପୂର୍ବ ମ୍ୟାଚ୍‌ ଭଳି ଫର୍ମ ଆଶା ରଖିଛି। କେକେଆର୍‌ ବିପକ୍ଷରେ ଯୁବ ଖେଳାଳି ଟିମ୍‌ ଡେଭିଡ, କାମେରୁନ ଗ୍ରିନ, ତିଲକ ବର୍ମା ଓ ଈଶାନ କିଶନଙ୍କଠାରୁ ମଧ୍ୟ ଦଳ ବଡ଼ ସ୍କୋର୍‌ ଆଶା ରଖିଛି। ସେହିପରି କେକେଆର ର ଦଳ ପୂର୍ବ ମ୍ୟାଚ୍ ହରିଲେ ମଧ୍ୟ ଦଳର ପଦର୍ଶନ ଭଲ ରହିଛି।

Leave a Reply

Your email address will not be published. Required fields are marked *