କୋଲକାତାକୁ ୫ ୱିକେଟରେ ହରାଇଲା ମୁମ୍ବାଇ

ମୁମ୍ବାଇ,୧୬/୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୬ତମ ସଂସ୍କରଣର ଖେଳା ଯାଇଥିବା ୨୨ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇର୍ଡସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇର ୱାନ୍‌ଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ମୁମ୍ବାଇର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା। ନିତିଶ ରାଣାଙ୍କ ଅଧିନାୟକତ୍ଵ ରେ କୋଲକାତା ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୫ ରନ୍‌ କରିବାରେ ସକ୍ଷମ ହୋଇଥିଲ। ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୭.୪ ଓଭରରେ ୫ ୱିକେଟ୍‌ ହରାଇ ପୂରା କରିଥିଲା। ଓପନିଂ ବ୍ୟାଟର ଈଶାନ କିଶନ ୨୫ ଟି ବଲରେ ୫୮ ରନ୍ ସଂଗ୍ରହ କରି ଦଳକୁ ଏକ ମଜବୁତ୍ ସ୍ଥିତିରେ ପହଞ୍ଜାଇଥିଲେ। ରୋହିତ ଶର୍ମା ଓ ଈଶାନ କିଶନ ମୁମ୍ବାଇର ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୬୫ ରନ୍‌ର ଭାଗିଦାରୀ , ଦଳର ବିଜୟ ପଥକୁ ସହଜ କରିଥିଲେ। ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ କରିଥିଲେ। ଇମ୍ପାକ୍ଟ ପ୍ଲେୟର ରୋହିତ ଶର୍ମା ୨୦ ରନ୍‌, ସୂର୍ଯ୍ୟକୁମାର ଯାଦବ ୪୩ ରନ୍‌, ତିଲକ ର୍ବା ୩୦ ରନ୍‌ ଓ ଟିମ୍‌ ଡାଭିଡ ଅପରାଜିତ ୨୪ ରନ୍‌ ସଂଗ୍ରହ କରି ମୁମ୍ୱାଇକୁ ତାର ଦିତୀୟ ବିଜୟ ହାସଲ କରିଛି। ସେହିପରି କୋଲକାତା ଲଗାତାର ଦୁଇଟି ମ୍ୟାଚ୍ ହାରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *