ପ୍ରଧାନମନ୍ତ୍ରୀଙ୍କ
ଏଣ୍ଟାୟେର ପଲିଟିକାଲ
ସାଇନ୍ସ ବିବାଦ ଓ ତାଙ୍କ ଡିଗ୍ରୀ
ନୂଆଦିଲ୍ଲୀ : (ବିଜୟ ସାହୁ )- ବିଚିତ୍ର ଦେଶ, ବିଚିତ୍ର ଆଇନ ।
ନାଗରିକ 11 ଡକୁମେଣ୍ଟ ନ ଦେଲେ 10 ଥର ଭୋଟ ଦେଇଥିଲେ ବି ନାଁ କଟିଯିବ, କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ତାଙ୍କର ସାର୍ଟିଫିକେଟ ସର୍ବସାଧାରଣରେ ପ୍ରକାଶ କରିବେ ନାହିଁ ।ଆଜି ଦିଲ୍ଲୀ ହାଇକୋର୍ଟର ଜାଣିକିଆ ବେଞ୍ଚ ଜଷ୍ଟିସ ସଚୀନ ଦତ୍ତ ସେଇ ରାୟ ଦେଲେ ।
ସାର୍ଟିଫିକେଟର କ୍ରନୋଲୋଜି ଟିକିଏ ବନ୍ଧୁମାନେ ତାଜା ସ୍ମରଣ କରିବା ଉଦ୍ଦେଶ୍ୟରେ ପୋଷ୍ଟ ଟି ଲେଖୁଛି ।
2014 ଲୋକସଭା ନିର୍ବାଚନ ପ୍ରଚାର ବେଳେ ନିଜକୁ ଜଣେ ଚା ଵାଲା କହି ଭାରତୀୟ ଭୋଟରଙ୍କ ଭାବାବେଗ କୁ ଭୋଟରେ ପରିଣତ କରିବା ପାଇଁ କହିଥିଲେ, ସେ ପିଲାଦିନୁ ହିମାଳୟ କୁ ଚାଲି ଯାଇଥିଲେ ଓ ସ୍କୁଲ ଶିକ୍ଷା ପରେ ଆଉ ପାଠ ପଢି ନଥିଲେ । ଆଉ ଗୋଟିଏ ସଭାରେ କହିଲେ, ତାଙ୍କର କୌଣସି Formal Education ନାହିଁ ଓ କେବେ ବି କଲେଜ ପାଦ ପକେଇ ନାହାନ୍ତି ,କିନ୍ତୁ ଜୀବନରେ ଆଗକୁ ଆଗକୁ ମାଡି ଚାଲିଛନ୍ତି ।ପୁଣି ଆଉ କେତେକ ଭିଡିଓରେ ଅଛି ତାଙ୍କର ଶୁଭ
ଚିନ୍ତକମାନଙ୍କ ପ୍ରେରଣା ଯୋଗୁଁ ପତ୍ର ମାଧ୍ୟମ ପାଠ୍ୟକ୍ରମରେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କଲେ ।
କେବଳ ସେତିକିରେ ଅଟକି ନଥିଲେ । ଗୁଜରାଟ ବିଶ୍ଵ ବିଦ୍ୟାଳୟରୁ Entire Political Science ରେ ପ୍ରଥମ ଶ୍ରେଣୀରେ ଏମ ଏ ପାସ କରିଛନ୍ତି ବୋଲି କହିଥିଲେ ।
ବିଭିନ୍ନ ପରିସ୍ଥିତିରେ ଶିକ୍ଷାଗତ ଯୋଗ୍ୟତା ଓ ଡିଗ୍ରୀ ସମ୍ପର୍କରେ ଭିନ୍ନ ଭିନ୍ନ କଥା କହିବା ହେତୁ 27 ଅଗଷ୍ଟ 2017 ରେ ଜଣେ RTI Activist ନିରଜ ଶର୍ମା ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସମ୍ପର୍କରେ ଏକ RTI ଦରଖାସ୍ତ କଲେ । ଦିଲ୍ଲୀ ବିଶ୍ଵବିଦ୍ୟାଳୟର 1978 ବ୍ୟାଚର କଳା ପାଠ୍ୟକ୍ରମରେ ଯେଉଁ ଛାତ୍ରମାନେ ସ୍ନାତକ କରିଛନ୍ତି ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସହ Certified Copy ଆବେଦନ କଲେ ।
କିନ୍ତୁ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର Chief Public Information Officer ଏହାକୁ ନାକଚ କରି ଦେବାରୁ ସେ CIC ଙ୍କ ପାଖରେ ଦରଖାସ୍ତ କଲେ । 9 ମାସ ପର୍ଯ୍ୟନ୍ତ ସୂଚନା କମିଶନ ଶୁଣାଣି କରି 21 ଡିସେମ୍ବର, 2016 ରେ ଏହି ତଥ୍ୟ ଯୋଗାଇବା ପାଇଁ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଲେ । କିନ୍ତୁ ବିଶ୍ଵ ବିଦ୍ୟାଳୟ ତଥ୍ୟ ଦେବା ପରିବର୍ତ୍ତେ ଦିଲ୍ଲୀ ହାଇକୋର୍ଟରେ 23 ଜାନୁଆରୀ 2023 ରେ ଚାଲେଞ୍ଜ କଲେ । ସେତେବେଳେ ASG ତୁଷାର ମେହେଟା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଓକିଲ ଭାବରେ ନିଯୁକ୍ତି ହେଲେ ଓ ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ଓକିଲାତି କଲେ । ଏହା ସନ୍ଦେହକୁ ଆହୁରି ଘନୀଭୂତ କଲା । ମେହେଟା ଯୁକ୍ତି କଲେ ପରୀକ୍ଷା ଫଳ ସମ୍ପର୍କରେ ତଥ୍ୟ ନଗରିକମାନଙ୍କୁ ପ୍ରଦାନ କରି ହେବ ନାହିଁ । ସେଇ ଦିନ ହିଁ ହାଇକୋର୍ଟ CIC ଅର୍ଡରକୁ ସ୍ଥଗିତାଦେଶ ଦେଲେ ।
ଇତିମଧ୍ୟରେ ଜଣାଶୁଣା RTI ACTIVIST ଅଞ୍ଜଳି ଭରଦ୍ୱାଜ, ନିଖିଲ ଦେ ଓ ଅମ୍ରିତା ଜୋହରୀ ମଧ୍ୟ ଏହି ମୋକଦ୍ଦମାରେ ପକ୍ଷଭୁକ୍ତ ହେବା ପାଇଁ ଶୁଣାଣି ପୂର୍ବରୁ 24 ଏପ୍ରିଲ 2017 ରେ ଆବେଦନ କଲେ । କିନ୍ତୁ ତୁଷାର ମେହେଟା ସେମାନେ ପକ୍ଷଭୁକ୍ତ ହେବାକୁ ବିରୋଧ କଲେ ।
ଏପରି କି amicus ହେବାକୁ ବିରୋଧ କଲେ ।
ସେତେବେଳେ ତାଙ୍କର ଯୁକ୍ତି ଥିଲା ସେମାନଙ୍କର କୌଣସି Locus ନାହିଁ ଓ ସେମାନେ meddlesome interlopers and busybodies . ସେମାନେ କେବଳ extraneous reasons ପାଇଁ ପକ୍ଷଭୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି ।
ସେତେବେଳେ ଶୁଣାଣି ବେଳେ ଜଷ୍ଟିସ ବିଭୁ ବଖାରୁ ଟିପ୍ପଣୀ କରିଥିଲେ, ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର ଯୁକ୍ତି କ୍ଷେତ୍ରରେ legal merit ଖୁବ କମ ।ଯଦି ହଜାର ହଜାର ପିଲାଙ୍କ ପରୀକ୍ଷା ଫଳ On line ରେ ପୋଷ୍ଟ କରା ଯାଇ ପାରୁଛି, ତାହେଲେ 1978ର ପରୀକ୍ଷା ଫଳ ହଠାତ ବ୍ୟକ୍ତିଗତ କିପରି ହେଇଗଲା । ସେତେବେଳେ ଜଷ୍ଟିସ ଟିପ୍ପଣୀ କରିଥିଲେ, ” I guess the ASG is fully aware of sticky legal wicket on which this DU plea is standing and, therefore is indulging in delaying tactics.”
ଏଠାରେ ଆଉ ଗୋଟିଏ କଥା ମଧ୍ୟ ଉଲ୍ଲେଖ କରା ଯାଇ ପାରେ ଯେ ଜଣେ ଦରିଆ ପାରି ଭାରତୀୟ ନାଗରିକ ରୋଶନ ସାହା 2013 ମସିହାରେ ଗୁଜରାଟ ବିଶ୍ଵ ବିଦ୍ୟାଳୟରେ ମୋଦୀଙ୍କ ଶିକ୍ଷା ଗତ ଯୋଗ୍ୟତା ତଥ୍ୟ ଦେବାକୁ RTI ରେ ଦରଖାସ୍ତ ମଧ୍ୟ କରିଥିଲେ । ଏହା ଏବେ ବି ପଡି ରହିଛି ।
ପ୍ରଥମେ ଖୋଲା ଖୋଲି ଭାବରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ 9 ମଇ 2016ରେ ଅଭିଯୋଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ କୌଣସି ବି ଏ ଡିଗ୍ରୀ ହାସଲ କରି ନାହାନ୍ତି ।ସେ କେବଳ 12th ପାସ କରିଛନ୍ତି । ଏହି ଅଭିଯୋଗ ପରେ ବିଜେପିର ସେତେବେଳେ ସଭାପତି ଅମିତ ସାହା ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀ ଙ୍କ ବିଏ ଓ ଏମ ଏ ଡିଗ୍ରୀ ଦର୍ଶାଇ ଥିଲେ । ତୁରନ୍ତ ଆମ ଆଦମୀ ପାର୍ଟି ନେତା ଆଶୁତୋଷ ସାମ୍ବାଦିକ ସମ୍ମିଳନୀରେ କହିଲେ ଅମିତ ସାହା ଦର୍ଶାଇ ଥିବା ଡିଗ୍ରୀ ସାର୍ଟିଫିକେଟ ନକଲି । ସେତେବେଳେ ବିଶ୍ୱବିଦ୍ୟାଳୟର ଅସଲି ସାର୍ଟିଫିକେଟ ଓ ମାର୍କ୍ସଶିଟର ଏକ ତୁଳନାତ୍ମକ ତଥ୍ୟ ଦର୍ଶାଇଥିଲେ ।
ଆମ ଆଦମୀ ପାର୍ଟି ପ୍ରଥମେ ହିଁ ଏହି ଇସ୍ୟୁ କୁ ବିଭିନ୍ନ ସ୍ତରରେ ପ୍ରଚାର କରିଥିଲେ ଓ ଏଥିପାଇଁ ଅନେକ ମୂଲ୍ୟ ମଧ୍ୟ ଦେବାକୁ ପଡ଼ିଛି । ଏବେ ମଧ୍ୟ ଅନେକ ନେତାଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା ଚାଲୁ ରହିଛି ।
ଆଜିର ରାୟ ପରେ ଏହି ଇସ୍ୟୁ ମଧ୍ୟ ଦବିବ ନାହିଁ । ଉପର କୋର୍ଟଙ୍କୁ ମଧ୍ୟ ଯାଇପାରେ ।
କିନ୍ତୁ ଏହି ରାୟ ଗୋଟିଏ ବାର୍ତ୍ତା ଦେଲା କାହିଁକି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ଲୁଚା ଯାଉଛି ? କେହି ଶିକ୍ଷା ଗତ ଯୋଗ୍ୟତା ବେଶି କି କମ ସେ ପ୍ରଶ୍ନ କରୁ ନାହାନ୍ତି । କିନ୍ତୁ ତଥ୍ୟ ପ୍ରଧାନମନ୍ତ୍ରୀ ନିଜେ ଏହି ସାର୍ଟିଫିକେଟ ସମ୍ପର୍କରେ ଦ୍ବନ୍ଦ୍ୱ ସୃଷ୍ଟି କରିଛନ୍ତି । ନିଜର ଜନ୍ମ ତାରିଖ ଭିନ୍ନ ଭିନ୍ନ, ପ୍ରାର୍ଥୀ ପତ୍ରରେ ଦାଖଲ କରିଥିବା ନିଜର ବିବାହ ଷ୍ଟାଟସ ଅସ୍ପଷ୍ଟ , ପିଲାଦିନେ ଷ୍ଟେସନରେ ଚା ବିକ୍ରି ଦାବୀ ଅସ୍ପଷ୍ଟ, 35 ବର୍ଷ ସନ୍ୟାସୀ ହେଇ ବୁଲିବା ଅସ୍ପଷ୍ଟ ଇତ୍ୟାଦି ଯୋଗୁଁ ଲୋକେ ବିଶ୍ୱାସ କରୁ ନାହାନ୍ତି । କ୍ଷମତା ଥିବା ଯୋଗୁଁ ଦଳୀୟ ନେତା ସିନା ପ୍ରଶ୍ନ କରୁ ନାହାନ୍ତି, କିନ୍ତୁ ଏହା ତାଙ୍କର ସମ୍ମାନ ବୃଦ୍ଧି କରୁ ନାହିଁ । ଏବେ ବି ସମୟ ରହିଛି , ସେ ସନ୍ଦେହରୁ ମୁକ୍ତ ହୁଅନ୍ତୁ । ସାମ୍ବିଧାନିକ ସଂସ୍ଥାଗୁଡିକୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର ନ କରନ୍ତୁ ।
