Narendra Modi in Israel ଏ ଗସ୍ତରୁ କ’ଣ ମିଳିବ?

ନୂଆଦିଲ୍ଲୀ :(ବିଜୟ ସାହୁ )-ଇଂରାଜୀରେ Ostrich ବୋଲି ଏକ ଶବ୍ଦ ଅଛି , ଏହାକୁ ଓଟପକ୍ଷୀ କୁହାଯାଏ ।ଏହା ଦେଖିବାକୁ ଓଟ ଭଳି ,କିନ୍ତୁ ଓଟ ନୁହେଁ ,ପକ୍ଷୀ । ଏହି ଶବ୍ଦ ସହ Diplomacy ଯୋଡିଲେ Ostrich Diplomocy କୁହାଯାଏ , ଅର୍ଥାତ ଓଟପକ୍ଷୀ କୂଟନୀତି । ଯାହାକି ଵିଶେଷ୍ୟ ବାକ୍ୟା-ଅଂଶ ।
ଓଟପକ୍ଷୀ କୂଟନୀତିକୁ ନାସ୍ତିସୂଚକ ରୂପକ ଭାବରେ ବ୍ୟବହାର କରା ଯାଇଥାଏ, କାରଣ ଓଟପକ୍ଷୀ ଯେମିତି ବିଭିନ୍ନ ଶିକାରୀଙ୍କ ଆଡୁ ବିପଦ ଦେଖିଲେ ମରୁଭୂମି ବାଲିରେ ମୁଣ୍ଡକୁ ପୋତି ଆତ୍ମରକ୍ଷା କରେ ସେମିତି ଓଟପକ୍ଷୀ କୂଟନୀତି କରୁଥିବା ବ୍ୟକ୍ତିମାନେ ସେଭଳି ଆଚରଣ ପ୍ରଥମେ କରିଥାନ୍ତି ଓ ସେଇ ରାଜନୀତିର ଶିକାର ହେଇଥାନ୍ତି ।

ଇତିହାସରେ ସବୁଠାରୁ ଉଲ୍ଲେଖ ଯୋଗ୍ୟ ଦୁଇ ଜଣ ଓଟପକ୍ଷୀ କୂଟନୀତି କରି ଥିବା ରାଷ୍ଟ୍ରନେତା ଉଦାହରଣ ରଖିବି ।
ଜଣେ ହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚେମ୍ବରଲିନ ଓ ଅନ୍ୟ ଜଣେ ହେଉଛି ହେଉଛନ୍ତି ଆଡ଼ଲଫ ହିଟଲର ।
ଚେମ୍ବରଲିନ 1930 କାଳଖଣ୍ଡରେ ମ୍ୟୁନିକ ଚୁକ୍ତିନାମା ମାଧ୍ୟମରେ କିଛି ଅଞ୍ଚଳ ନାଜୀ ଜର୍ମାନୀକୁ ଛାଡିଦେଲେ ଶାନ୍ତି ପ୍ରତିଷ୍ଠା ହେଇ ପାରିବ ବୋଲି ଭାବିଲେ । କିନ୍ତୁ ବାସ୍ତବରେ ପରିଣତି କଣ ହେଲା ଇତିହାସ ତାର ମୁକ ଦର୍ଶକ ।
ଦ୍ଵିତୀୟ ବ୍ୟକ୍ତି ହେଉଛି ହିଟଲର । ହିଟଲର ନିଜକୁ ସିଂହ ମନେକରି ନିଜର ପରାମର୍ଶଦାତା ଓ ବାସ୍ତବତାକୁ ବାରମ୍ବାର ଅସ୍ବୀକାର କରି ଆକ୍ରମଣକରି ଚାଲିଥିଲା ।କିନ୍ତୁ ଶେଷରେ ” Thousand Year of Reich ” ନିଜ ଆଖି ସମ୍ମୁଖରେ ଭୁଷୁଡି ଗଲା ଓ ସେ ନିଜର ପ୍ରେମିକା ଫ୍ରକ ତଳେ ଆତ୍ମହତ୍ୟା କଲା ।

ସେହିପରି କିଛି ରାଜନୈତିକ ଓ କୂଟନୈତିକ ସମୀକ୍ଷକ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ଥର ଇସ୍ରାଏଲ ଯାତ୍ରା କରିବା ଓ ନରସଂହାର ଅପରାଧରେ International Court of Justice ରେ ଦୋଷୀ ସାବ୍ୟସ୍ତ ହେଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟୁହୁ ଓ ତାଙ୍କ ପତ୍ନୀଙ୍କ ସହ ଗଳା ମିଳେଇବା କୂଟନୀତିକୁ ଓଟପକ୍ଷୀ କୂଟନୀତି ସହ ତୁଳନା କରୁଛନ୍ତି ।
କାରଣ ଦେଶ ଭିତରେ ପ୍ରଧାନମନ୍ତ୍ରୀ ଯେତେବେଳେ ସବୁ ଫ୍ରଣ୍ଟରେ ବିପଦର ସମ୍ମୁଖୀନ ହେଉଛନ୍ତି ଏପରି କି ଦେଶର ସର୍ବାଧିକ ସୁରକ୍ଷିତ ଗଣତନ୍ତ୍ର ମନ୍ଦିର ଭିତରେ ତାଙ୍କ ଜୀବନ ପ୍ରତି ମହିଳା ସାଂସଦମାନେ ବିପଦ ବୋଲି ବାଚସ୍ପତି ଘୋଷଣା କରିଛନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଯାତ୍ରା କରି ନରହନ୍ତା ପତିପତ୍ନୀ ପୋଷାକ ତଳେ ନିଜକୁ ଲୁଚେଇବା ପ୍ରୟାସ କରିଛନ୍ତି ।

ଆମେ ଯଦି ବିଗତ 15/16 ମାସର କୂଟନୈତିକ କ୍ୟାଲେଣ୍ଡରକୁ ଲକ୍ଷ୍ୟ କରିବା ତାହେଲେ ଦେଖିବା ଯେବେ ଠାରୁ ICJ ଦ୍ୱାରା ନେତାନ୍ୟୁହୁ ପାଲେସ୍ତିନ ନରସଂହାର ପାଇଁ ଅଭିଯୁକ୍ତ ହେଇ ବିଚାର ଆରମ୍ଭ ହେଇଛି ଓ ଦୋଷୀ ସାବ୍ୟସ୍ତ ହେଇଛନ୍ତି ,ସେବେଠାରୁ ଇସ୍ରାଏଲ ଓ ନେତାନ୍ୟୁହୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱବାସୀ ଓ ରାଷ୍ଟ୍ରମାନଙ୍କ ଠାରୁ ବାସନ୍ଦ ହେଇ ସାରିଛନ୍ତି ।
ବିଚାର ଆରମ୍ଭ ହେବା ଦିନରୁ ଇସ୍ରାଏଲକୁ ବିଶେଷ କେହି ଉଚ୍ଚ ପଦାଧିକାରୀ ଆନ୍ତର୍ଜାତିକ ଭ୍ରମଣକାରୀ ଇସ୍ରାଏଲ ଯାଇ ନାହାନ୍ତି । ଯେଉଁ ମୁଷ୍ଟିମେୟ ବ୍ୟକ୍ତି ଯାଇଛନ୍ତି ସେମାନଙ୍କ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଓ ଜର୍ମାନୀ ଚାନ୍ସେଲର ଅନ୍ୟତମ ।
ଅନ୍ୟ କୌଣସି ବଡ଼ ବ୍ୟକ୍ତି ଯିବା ଜଣା ନାହିଁ । ତେଣୁ ମୋଦୀ ହେଉଛନ୍ତି ନେତାନ୍ୟୁହୁଙ୍କ ପାଇଁ ବଡ଼ ଶିକାର / ପ୍ରବୋଧନ / ଆଶ୍ୱସ୍ତି ।
କାରଣ ନେତାନ୍ୟୁହୁଙ୍କୁ ପ୍ରଚାର କରିବା ସୁଯୋଗ ମିଳିଲା ବିଶ୍ୱର 140 ଜନତାଙ୍କ ନିର୍ବାଚିତ ପ୍ରଧାନମନ୍ତ୍ରୀ ତାଙ୍କ ନରସଂହାର ପଛରେ ସମର୍ଥନ ଜଣେଇବାକୁ ଆସିଛନ୍ତି ।
ପ୍ରଧାନମନ୍ତ୍ରୀ ଜାଣିଛନ୍ତି ନେତାନ୍ୟୁହୁ ଙ୍କ ସର୍ବାଙ୍ଗରେ ଲକ୍ଷ ଲକ୍ଷ ପାଲେସ୍ତିନ ନିରୀହ ଜନତା, ମହିଳା, ଶିଶୁ ଏପରି କି ଜାତିସଂଘ ଡାକ୍ତର, ସାମ୍ବାଦିକଙ୍କ ରକ୍ତ ବୋଳି ହେଇଛି ।  2023 ର ହମାସ ଆକ୍ରମଣ ଆଳରେ ଗାଜା ପଟି ରେ ଏହି ନରସଂହାରକୁ କେହି ଗ୍ରହଣ କରି ନାହାନ୍ତି । ଏପରି କି ଇସ୍ରାଏଲର ଇହୁଦୀମାନେ ମଧ୍ୟ ।
ଅଥଚ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ପାର୍ଲିଆମେଣ୍ଟରେ ଭାବ ବିହ୍ଵଳ ଭାଷଣ ଦେଉଛନ୍ତି ଯେଉଁଠି ବିରୋଧୀ ସାଂସଦ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଉପସ୍ଥିତ ରହୁ ନାହାନ୍ତି ।
ନେତାନ୍ୟୁହୁଙ୍କ ନରସଂହାର କୀର୍ତ୍ତି କୁ ଅନୁମୋଦନ କରିବାକୁ ଯାଇଛନ୍ତି ।
ଏହି ଅନୁମୋଦନ ଏଭଳି ଏକ ସଙ୍କଟ ଜନକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ କଲେ ଯେଉଁଥିରେ ନେଟନ୍ୟୁହୁ ଭାବବିହ୍ଵଳ ହେଇ କହିଲେ ‘ ମୁଁ ମୋଦୀଙ୍କୁ ଇସ୍ରାଏଲ ପଛରେ ଠିଆ ହେଇଥିବାରୁ ଥ୍ୟାକ୍କ୍ୟୁ ।’
ଏହା ନିଶ୍ଚିତ ଭାବରେ ଜଣେ ବାସନ୍ଦ ପ୍ରଧାନ ମନ୍ତ୍ରୀ ,ଏପରି କି ଇସ୍ରାଏଲ ଜନତାଙ୍କ ମଧ୍ୟରେ ଘୃଣ୍ୟ ଓ ନିନ୍ଦିତ ବ୍ୟକ୍ତି ପାଇଁ ବିରାଟ ଆଶ୍ୱାସନା ନିଶ୍ଚିତ ।
ନେତାନ୍ୟୁହୁ ଭାଷଣରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ ସନ୍ଦେହ ମୋଚନ କଲେ । 2017 ମସିହାରେ ମୋଦୀ ଙ୍କ ପ୍ରଥମ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି କହିଲେ,we embarked areas of cooperation that we can’t speak about, that we should not speak about .
ଏଭଳି କଣ କଥାବାର୍ତ୍ତା ହେଇଥିଲେ ଯେ ଦୁଇଜଣ ପ୍ରଧାନମନ୍ତ୍ରୀ ଗୁପ୍ତ ରଖିବାକୁ ଚାହୁଁଛନ୍ତି ?
ପେଗାସସ ନୁହେଁ ତ ? ଏହି Pegasus spyware ମାଧ୍ୟମରେ ମୋଦୀ ସରକାର ବିରୋଧୀ ରାଜନୈତିକ ନେତା, ମାନବିକ ଅଧିକାର ଆକ୍ଟଭିଷ୍ଟ, ସାମ୍ବାଦିକ ,ଏପରି କି ଯୁବତୀମାନଙ୍କ ଗୁପ୍ତଚରୀ କରୁ ନଥିଲେ ତ ?
ଏପରି କି ନିଜ ଦଳର ବରିଷ୍ଠ ମନ୍ତ୍ରୀ ଙ୍କୁ ମଧ୍ୟ ଚୁପ କରିବା ପାଇଁ ବ୍ୟବହାର କରୁ ନଥିଲେ କି ? ସୁପ୍ରିମକୋର୍ଟ
ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ଯୌନ ବ୍ୟଭିଚାର ଅଭିଯୋଗ କରିଥିବା ମହିଳା ଘଟଣା ମନେ ପକାନ୍ତୁ ।
ପେଗାସସ ଉପରେ ଅଭିଯୋଗ ହେବାରୁ ସୁପ୍ରିମକୋର୍ଟ ଗୋଟିଏ କମିଟି ଗଠନ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ରିପୋର୍ଟ ଆସିଲା ନାହିଁ ।
ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ସମୟରେ ଇସ୍ରାଏଲ ଯାଇଛନ୍ତି ଯେତେବେଳେ ପଶ୍ଚିମ ଏସିଆରେ ଯୁଦ୍ଧର ବାଦଲ ଘୋଟି ରହିଛି । ଆଲୋଚନା ହେଉଛି ଆମେରିକା ଯେକୌଣସି ସମୟରେ ଇସ୍ରାଏଲ ସହ ମିଶି ଇରାନ ଉପରେ ଆକ୍ରମଣ କରିପାରେ । କିନ୍ତୁ ନାଟୋ ଦେଶମାନେ ମଧ୍ୟ ସହଯୋଗ କରୁ ନାହାନ୍ତି । ଏପରି କି ବ୍ରିଟେନ ମଧ୍ୟ ମନା କରୁଛି । ଭାରତ ସରକାର ଭାରତୀୟମାନଙ୍କୁ ଇରାନରୁ ଦେଶରୁ ଫେରି ଆସିବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି । ସେତେବେଳେ ଆମ ଦେଶର ପ୍ରଧାନମନ୍ତ୍ରୀ ଇସ୍ରାଏଲ ସହ ସାମରିକ ମେଣ୍ଟ କରିବାକୁ ଯାଇଛନ୍ତି ।
ଯେଉଁ ଦେଶ ବେଆଇନ ଭାବରେ ପାଲେସ୍ତିନକୁ ଜାତିସଂଘ ରେଖାଙ୍କିତ କରିଥିବା ଜନ୍ମଭୂମିକୁ ଅସ୍ତ୍ର ବଳରେ କବ୍ଜା କରି ରହିଛି ତା ପଛରେ ଯାଇ ଠିଆ ହେଇଛନ୍ତି ।
ମାତ୍ର ଦୁଇ ଦିନ ତଳେ ଭାରତ ସରକାର ନିଷ୍ପତ୍ତି କରିଥିଲେ ୱେଷ୍ଟ ବ୍ୟାଙ୍କରେ ପାଲେସ୍ତିନ ଜମି ଦଖଲ କୁ ନିନ୍ଦା କରି 80 ଦେଶ ଜାରୀ କରିଥିବା ନିନ୍ଦା ପ୍ରସ୍ତାବରେ ସ୍ବାକ୍ଷର କରିବା ପାଇଁ । ପ୍ରଧାନମନ୍ତ୍ରୀ କଣ ଜାଣି ନଥିଲେ କି ?
ତାହେଲେ ହଠାତ ଇସ୍ରାଏଲ ଯିବା କାରଣ କଣ ?

ଯଦି ନିହାତି ଯିବାକୁ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ହେଲା ଓ ତାଙ୍କ Knessetରେ
ନେତାନ୍ୟୁହୁ ସମର୍ଥକଙ୍କ ତାଳିମାଡ଼ ଶୁଣିବାକୁ ଖୁସି ଲାଗିଲା ତାହେଲେ ଆଉ ଦୁଇ ପଦ କହି ଥିଲେ ବିଶ୍ୱ ବାସୀ ସାଧୁବାଦ ଜଣେଇ ଥାନ୍ତେ ।
ଯେତେବେଳେ ବିଶ୍ୱରେ ଯୁଦ୍ଧ ଆତଙ୍କ ଦେଖା ଦେଇଛି ସେତେବେଳେ ଯୋଗ କଥା ନକହି ,କହିଥାନ୍ତ ଓକେ ମାଇଁ ଫ୍ରେଣ୍ଡ, ଜେନୋସାଇଡ ଠିକ ନୁହେଁ । କିଛି ଇସ୍ରାଏଲ ଲୋକ 2023 ରେ ହମାସ ଦ୍ଵାରା ମରିଥିଲେ ବୋଲି ଫୁଲ ଚଢ଼େଇଲ, କିନ୍ତୁ ଲକ୍ଷ ଲକ୍ଷ ପାଲେସ୍ତିନଙ୍କ ପାଇଁ ଫୁଲ କଥା କେମିତି ଭୁଲି ଗଲ ?
ପାଲେଷ୍ଟିନ ପରା ଆମର ପ୍ରିୟ ବନ୍ଧୁ ।
ଭାରତ ସରକାର ଓ ଭାରତ ବାସୀ ସେମାନଙ୍କ ନାଯ୍ୟ ଅଧିକାର ପାଇଁ ସବୁବେଳେ ସ୍ୱର ଉଠେଇ ଆସିଛନ୍ତି ।
କିନ୍ତୁ ପ୍ରଧାନମନ୍ତ୍ରୀ ଆବ୍ରହାମ ଆକର୍ଡ କଥା କହିଲେ ଯେତେବେଳେ କି ଇସ୍ୟୁ dead ହେଇ ଯାଇଛି ।ଆରବ ବାସୀ କେବେ ଇହୁଦୀମାନଙ୍କୁ ଆଶ୍ରୟ ଦେବାକୁ ମନାକରି ନଥିଲେ ସେମାନେ Two State Solution କୁ ବିରୋଧ କରୁଥିଲେ । ସେମାନେ ଗୋଟିଏ ଦେଶରେ ଦୁଇ ଜାତି ରହିବା ଚାହୁଁଥିଲେ । ତଥାପି ଜାତିସଂଘ ସେତେବେଳେ ବଡ଼ ବଡ଼ ଶକ୍ତିଙ୍କ ଚାପରେ ପଡି Two State ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ କରିଥିଲା,ସେତେବେଳେ ସେମାନେ ରାଜି ହେଇଥିଲେ । କିନ୍ତୁ ଆଜି ପାଲେସ୍ତିନମାନେ ସେତିକି ଭୂମି ହରେଇ ବିଶ୍ୱ ବାସୀ ଙ୍କ ନିକଟରେ ନ୍ୟାୟ ଚାହୁଁଛନ୍ତି ।
ଇରାନ ଓ ଆରବ ଜଗତ ଯେହେତୁ ପାଲେସ୍ତିନ ଦାବୀକୁ ସମର୍ଥନ କରୁଛନ୍ତି ,ତେଣୁ ବିଶ୍ୱ ଭୂ-ମାଫିଆ ମାନେ ଇରାନକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି । ଅଥଚ ଭାରତ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପଛରେ ଠିଆ ହେଉଛନ୍ତି ।
ହେଇପାରେ,ଏହା ସଙ୍ଘ ପରିବାରର ହିନ୍ଦୁତ୍ୱ ରାଜନୀତି ସହ ମେଳ ଖାଉଛି ।
କିନ୍ତୁ ଇରାନ ପରା ଆମର ହଜାର ହଜାର ବର୍ଷର ବନ୍ଧୁ । ଇରାନ ଧ୍ୱଂସ ହେଲେ ଆମେ ସୁରକ୍ଷିତ ରହିବା ତ ?
ପ୍ରଧାନମନ୍ତ୍ରୀ ଯଦି ଅନ୍ୟ କୌଣସି କାରଣ ଯେମିତି ଜେଫ୍ରି ଇପିସ୍ତିନ ଫାଇଲ ,ନିଜ ଦଳର ମନ୍ତ୍ରୀ ହରଦୀପ ସିଂ, ଅଦାନୀ, ଅମ୍ବାନୀ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଡରୁଥିବେ ତାହେଲେ ଇସ୍ରାଏଲ ରକ୍ଷା କରି ପାରିବ ନାହିଁ ।
ତେଣୁ,ମାତ୍ର ଥରେ ବଡ଼ ପାଟିରେ ଗଳା ସଫା କରି କହି ଦିଅନ୍ତୁ, ମୁଁ ଆମେରିକାକୁ ଡରୁନି, ଭୟ ଛାଡିଯିବ ।ଅନ୍ୟଥା ଓଟପକ୍ଷୀ କୂଟନୀତି ଶେଷରେ ହିଟଲର ଭଳି ପରିଣତି ଆଣିପାରେ । ମୁଣ୍ଡକୁ ପୂରା ମାଟିରେ ପୋତିବାକୁ ପଡିବ  ।।

Leave a Reply

Your email address will not be published. Required fields are marked *