ବବିଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର :ରାଜ୍ୟରେ ଦ୍ବିତୀୟ ପର୍ଯ୍ୟୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ୍ କମ୍ ଦିନ ରହିଲା । 25 ତାରିଖରେ ହେବାକୁ ଥିବା ଏହି ପର୍ଯ୍ୟୟରେ ଢେଙ୍କାନାଳ ,କେନ୍ଦୁଝର, କଟକ ,ପୁରୀ ,ଭୁବନେଶ୍ବର ଓ ସମ୍ବଲପୁର ସମେତ 6ଟି ଲୋକସଭା ଆସନରେ ଭୋଟ ହେବ । ତେବେ ସମ୍ବଲପୁର ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମ୍ବଲପୁରୀ ଭାଷାରେ ସମ୍ବଲପୁର ଲୋକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।
ନବୀନ ପଟ୍ଟନାୟକ କହିଛନ୍ତି ‘ମାଆ ସମଲାଇ ମନ୍ଦିର ରୂପାନ୍ତରଣରେ ବବି ବାବୁଙ୍କର ଅବଦାନ ରହିଛି। ଏବେ ତାଙ୍କୁ ମା ସମଲେଇ ସେହି ଅଞ୍ଚଳର ସେବା କରିବା ଲାଗି ସୁଯୋଗ ଦେଇଛନ୍ତି। ସେ ଆପଣଙ୍କ ସହ ସବୁବେଳେ ରହିବେ। ସମ୍ବଲପୁରର ଉନ୍ନତି କରିବେ। ଏଣୁ ଆପଣମାନେ ପ୍ରଣବ ପ୍ରକାଶ ଦାସଙ୍କୁ ଆଶିର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।