ଓଡ଼ିଶା ଏଫସି ଖେଳାଳିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର :ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶା ଏଫସି ଖେଳାଳି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଏଫସି ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଚ ଓ ଖେଳାଳିମାନେ ଆମକୁ ଗର୍ବିତ କରିଛନ୍ତି । ଓଡିଶା ଏଫସି ସେମାନଙ୍କର ବିଜୟ ଫର୍ମ ଜାରି ରଖିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଏକ ନୂତନ ପିଢ଼ିଙ୍କୁ ଫୁଟବଲ ପ୍ରେରଣା ଦେବ । ସେମାନଙ୍କର ସଫଳତା ହେଉଛି ସେମାନଙ୍କର ପ୍ରତିବଦ୍ଧତା ଏବଂ ସେମାନଙ୍କର ଲକ୍ଷ୍ୟ ହାସଲ କରିବାର ସଂକଳ୍ପ । ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଦଳ ପ୍ରତି  ଅବଦାନ ପାଇଁ ପ୍ରଶଂସା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେରଳରେ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ମ୍ୟାଚରେ ୧୬ ଟି ଟିମ୍ ଭାଗ ନେଇଥିବା ବେଳେ ଓଡ଼ିଶା ଏଫସି ପ୍ରଥମ ଥର ପାଇଁ ଏଥିରେ ଭାଗ ନେଇ ଚାମ୍ପିୟାନ ହୋଇଛି ।  

Leave a Reply

Your email address will not be published. Required fields are marked *