ଫେରିଲେ ନବୀନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ପହଁଞ୍ଚିଛନ୍ତି। କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସର ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି ।

ଗତ ଜୁନ୍ ୨୦ ରେ ନବୀନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଏହି ୨୧ ଦିନ ହେଉଛି ନବୀନଙ୍କ ରାଜ୍ୟ ରାଜଧାନୀରୁ ଦୂରରେ ରହିବାର ସବୁଠାରୁ ଲମ୍ବା ସମୟ। ଉପାଧ୍ୟକ୍ଷ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡିର ୧୫ ଜଣିଆ କମିଟି ତାଙ୍କ ଅନୁପସ୍ଥିତିରେ ରାଜ୍ୟରେ ଦଳୀୟ କାର୍ଯ୍ୟ ଦାୟିତ୍ୱରେ ରହିଥିଲେ।

କ୍ଷମତାରେ ଥାନ୍ତୁ ବା ନଥାନ୍ତୁ ନବୀନ ସବୁବେଳେ ଓଡ଼ିଶା ବାସୀଙ୍କ ପାଖରେ ପ୍ରିୟ ହୋଇ ରହିଛନ୍ତି । ତାଙ୍କ ଚିକିତ୍ସା ଖବର ପାଇବା ପରେ ରାଜ୍ୟବାସୀ ଦୀପଜାଳି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *